ଦ୍ରୁତ ଗତିରେ ବଢିଚାଲିଛି କରୋନା, ସହରରେ ଲକ୍‌ଡାଉନ

ପୋଙ୍ଗାଙ୍ଗ୍‌,୧୬।୫: କରୋନା ସଂକ୍ରମଣ କାରଣରୁ ଉତ୍ତର କୋରିଆ ସ୍ଥିତି ଦିନିକୁ ଦିନ ଉତ୍କଟ ହେବାରେ ଲାଗିଛି। ଦେଶରେ ମୋଟ ୮,୨୦,୬୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪୨ ଜଣ କାରୋନାରେ ପ୍ରାଣ ହରାଇଥିବା ବେଳେ ରବିବାର ଏକକାଳିନ ୧୫ ଜଣଙ୍କ ପ୍ରାଣହାନି ଘଟିଛି। ଏନେଇ ସରକାର ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ସାଙ୍ଗକୁ କାରୋନା କଟକଣା ଘୋଷଣା କରିଛନ୍ତି। ଦୀର୍ଘ ଦୁଇବର୍ଷ କାଳ ସାରା ବିଶ୍ୱ କରୋନା ଦାଉରେ କଲବଲ ହେଉଥିବାବେଳେ ଉତ୍ତର କୋରିଆରେ ଜଣେ ବି ସଂକ୍ରମିତ ଚିହ୍ନଟ ହୋଇ ନ ଥିବା କୁହାଯାଉଥିଲା। ଏପ୍ରିଲରେ ରାଜଧାନୀ ପୋଙ୍ଗାଙ୍ଗରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଉତ୍ତର କୋରିଆରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନ ଥିବାବେଳେ ଦ୍ରୁତ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି।

Share