ପୋଙ୍ଗୟାଙ୍ଗ,୨୫ ।୯: ପୁଣିଥରେ ଚର୍ଚ୍ଚାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ । ସେ ତାଙ୍କର ପୂର୍ବ ଅଭ୍ୟାସକୁ ଛାଡି ପାରୁ ନ ଥିବା ନେଇ ହୋଇଛି ଚର୍ଚ୍ଚା । କାରଣ ରବିବାର ସକାଳେ ପୁଣିଥରେ କିମଙ୍କ ପୁରୁଣା ପ୍ରକୃତି ଦେଖିବାକୁ ମିଳିଛି । ଆମେରିକା ଓ ପଡୋଶୀ ଦେଶ ଦକ୍ଷିଣ କୋରିଆର ଚେତାବନୀ ପରେ ବି କିମ ରବିବାର ସକାଳେ ଏକ ବାଲେଷ୍ଟିକ ମିଶାଇଲର ପରୀକ୍ଷଣ କରିଛନ୍ତି । ଏହି ଅଜ୍ଞାତ ମିଶାଇଲର ପରୀକ୍ଷଣ ପରେ ଏବେ ପୁଣିଥରେ ସେ ଆସିଯାଇଛନ୍ତି ଚର୍ଚ୍ଚାକୁ । ପୂର୍ବରୁ ବହୁ ବାରଣ ପରେ ବି କିମ ତାଙ୍କ ଜିଦରେ ଅଟଳ ରହିବା ସହ କେତେଥର ବାଲେଷ୍ଟିକ ମିଶାଇ ପରୀକ୍ଷା କରାଯାଇଥିବା ଦେଖାଯାଇଛି । ତେଣୁ ଏବେ ଆଲେଚନା ହେଉଛି କି କିମ ତାଙ୍କ ପୂର୍ବ ପ୍ରକୃତିରୁ ବାହାରି ପାରୁ ନାହାନ୍ତି ।