ପୁଣି କ୍ଷେପଣାସ୍ତ୍ର ମାଡ଼କଲା ଉତ୍ତର କୋରିଆ, ଜାପାନ-ଦକ୍ଷିଣ କୋରିଆ ହେଲେ ସତର୍କ

ସିଓଲ,୧୪ା୧: ଦକ୍ଷିଣ କୋରିଆ କହିଛି, ଉତ୍ତର କୋରିଆ ରବିବାର ଏହାର ପୂର୍ବ ଉପକୂଳରୁ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଜାପାନ କୋଷ୍ଟଗାର୍ଡଙ୍କ ଅନୁଯାୟୀ, ଏହା ଏକ ବଡ଼ କ୍ଷେପଣାସ୍ତ୍ର। ଉତ୍‌କ୍ଷେପଣ ପରେ ଜାପାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହାକୁ ଜରୁରିକାଳୀନ ଚେତାବନୀ ବୋଲି କହିଥିବା ବେଳେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି ବୋଲି କୁହାଯାଇଛି।

ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଶିନ୍‌ ଓ୍ବନ୍‌-ସିକ୍‌ ଗତ ସପ୍ତାହରେ କହିଥିଲେ, ପ୍ୟୋଙ୍ଗୟାଙ୍ଗ ଚଳିତ ମାସ ଆରମ୍ଭରୁ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିବ।

ଡିସେମ୍ବର ମଧ୍ୟ ଭାଗରେ ଉତ୍ତର କୋରିଆ ପ୍ରଥମେ ‘ହ୍ବାସଙ୍ଗ୍‌-୧୮’ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରିଥିଲା। ଏହି କ୍ଷେପଣସ୍ତ୍ର ଆମେରିକାର ମେନ୍‌ଲାଣ୍ଡ୍‌ରେ ପହଞ୍ଚିବା ଲକ୍ଷ୍ୟରେ ନିର୍ମାଣ କରାଯାଇଛି। ଏହା ହେଉଛି ଉତ୍ତର କୋରିଆ ନିର୍ମାଣ କରୁଥିବା ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ ସବୁଠୁ ଆଧୁନିକ।

ଅନ୍ୟପକ୍ଷରେ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ୍‌ ଘୋଷଣା କରିଛନ୍ତି, ଦକ୍ଷିଣ କୋରିଆ ସହ ଯୁଦ୍ଧରୁ ଦୂରେଇ ରହିବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ଏହା ଜାରି ରହିବ ବୋଲି ସେ କହିଛନ୍ତି।

Share