ବାଲେଷ୍ଟିକ ମିଶାଇଲ ପରୀକ୍ଷା କରି ବିଶ୍ୱକୁ ଡରାଉଛି ଉତ୍ତର କୋରିଆ!

ପ୍ୟୋଙ୍ଗୟାଙ୍ଗ,୩୦ ।୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଲଗାତାର ଭାବେ ମିଶାଇଲ ପରୀକ୍ଷା କରି ବିଶ୍ୱକୁ ଚମକାଇ ଦେଉଛନ୍ତି । ଏବେ ପୁଣିଥରେ ଉତ୍ତର କୋରିଆ ଅଜ୍ଞାତ ଅସ୍ତ୍ରଶସ୍ତ୍ରର ପରୀକ୍ଷା କରିଥିବା ସୂଚନା ମିଳିଛି । ଦକ୍ଷଣ କୋରିଆ ସୀମା ଦ୍ୱାରା ଏହି ସୂଚନା ମିଳିଛି । ଉତ୍ତର କୋରିଆ ଗୋଟିଏ ମାସରେ ୭ଥର ଏହି ପରୀକ୍ଷା କରି ସାରା ବିଶ୍ୱରର ଶାନ୍ତିକୁ ବିପଦର ସଙ୍କେତ ଦେଇଛି । ଶେଷଥର ପାଇଁ ଉତ୍ତର କୋରିଆ ଗୋଟିଏ ମାସରେ ଏତେ ପରୀକ୍ଷଣ ୨୦୧୯ରେ କରିଥିଲା । ସେତେବେଳେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହାଇ ପ୍ରୋଫାଇଲ ବାର୍ତ୍ତା ବିଫଳ ହୋଇଥିଲା ।
ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ ଏକ ବୟାନରେ କହିଛନ୍ତି ଉତ୍ତର କାରିଆ ପୂର୍ବ ସାଗର ଅର୍ଥାତ୍ ଜାପାନ ସାଗରରେ ଏକ ଅଜ୍ଞାତ ମିଶାଇଲ ପରୀକ୍ଷା କରିଛି । ଇତିମଧ୍ୟରେ ଜାପାନ ତଟରକ୍ଷକ କହିଛନ୍ତି ସମ୍ଭବତଃ ଉତ୍ତର କୋରିଆ ବାଲେଷ୍ଟିିକ ମିଶାଇଲ ପରୀକ୍ଷା କରିଛି ।

Share