ପୁଣି ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ, ଚିନ୍ତାରେ ଜାପାନ

କୋଙ୍ଗୟାଙ୍ଗ,୧୫।୬: ଉତ୍ତର କୋରିଆ ତା’ର ପୂର୍ବ ଉପକୂଳରୁ ଏକ ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ ଲଞ୍ଚ କରିଛି। ଏମିତି ଦାବି କରିଛି ଜାପାନର ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଟୁଇଟ। ଉତ୍ତର କୋରିଆ ପକ୍ଷରୁ କଥିତ ବାଲେଷ୍ଟିକ ମିଶାଇଲ ଲଞ୍ଚକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ତାଙ୍କ ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜାପାନ ଏବେ ଏମରଜେନ୍ସି ଆଲର୍ଟରେ ରହିଛନ୍ତି।
ଜାପାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଅଫିସିୟାଲି ନିର୍ଦ୍ଦେଶ ଦେଇଛନ୍ତି, ଆପଣମାନେ ସମସ୍ତେ ଅଧିକରୁ ଅଧିକ ସୂଚନା ସଂଗ୍ରହ କରନ୍ତୁ। ଏହାସହ ଏ ସମ୍ପର୍କରେ ଜନତାଙ୍କୁ ଅବଗତ କରାନ୍ତୁ। ଜାପାନ ପ୍ରଧାନମନ୍ତ୍ରୀ ନିଜ ବିମାନ, ଜାହାଜ ଓ ଅନ୍ୟ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି। ଏହାସହ ଯେ କୌଣସି ଆକଷ୍ମିକ ପରିସ୍ଥିତିରେ ସମସ୍ତ ସମ୍ଭବ ଉପାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share