୧୨ରୁ ଅଧିକ ଦୂତାବାସ ବନ୍ଦ କରିବାକୁ ଯାଉଛି ଉତ୍ତର କୋରିଆ

ପ୍ୟୋଙ୍ଗ୍‌ୟାଙ୍ଗ,୩ା୧୧: ଉତ୍ତର କୋରିଆ ନିଜର ରାଜନୈତିକ କ୍ଷମତାକୁ ବଢ଼ାଇବା ପାଇଁ କିଛି ଦୂତାବାସକୁ ବନ୍ଦ କରିବା ପାଇଁ ଯୋଜନା କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଦକ୍ଷିଣ କୋରିଆ କହିଛନ୍ତି, ଏହାଠାରୁ ସଙ୍କେତ ମିଳିଛି କି ଉତ୍ତର କୋରିଆ ପ୍ରତିବନ୍ଧକର ବୋଝ ତଳେ ରହିଛି। ଉତ୍ତର କୋରିଆ ୧୨ରୁ ଅଧିକ ଦୂତାବାସକୁ ବନ୍ଦ କରିବାକୁ ଯାଉଛି।

ସମଗ୍ର ବିଶ୍ୱରେ ଉତ୍ତର କୋରିଆର ପ୍ରାୟ ୨୫ ପ୍ରତିଶତ ଦୂତାବାସ ବନ୍ଦ ହୋଇଯାଇଛି। ଉତ୍ତର କୋରିଆ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମନ୍ତ୍ରଣାଳୟର ଓ୍ବେବ୍‌ସାଇଟରେ ଦେଇଥିବା ମନ୍ତବ୍ୟରେ ନିଶ୍ଚିତ କରିଛନ୍ତି ଯେ କେତେକ ଦୂତାବାସ ବନ୍ଦ ଥିବାବେଳେ ଅନେକ ନୂତନ ଖୋଲାଯାଇଛି।

Share