ଲୁଚିଛପି ପରମାଣୁ ଅସ୍ତ୍ର ବିକଶିତ କରୁଛି ଉତ୍ତର କୋରିଆ

ସିଓଲ,୧୧।୮: ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କ ଦେଶ ଉତ୍ତର କୋରିଆ ଲୁଚିଛପି ପରମାଣୁ ଅସ୍ତ୍ର ବିକଶିତ କରୁଛି। କେବଳ ସେତିକି ନୁହେଁ ଉତ୍ତର କୋରିଆ୨୦୨୩ରେ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଏବଂ ପରମାଣୁ ବିଖଣ୍ଡନୀୟ ସାମଗ୍ରୀ ଉତ୍ପାଦନ ଜାରି ରଖିଛି ଏବଂ ଜାତିସଂଘର ପ୍ରତିବନ୍ଧକକୁ ଏଡ଼େଇ ଦେଉଛ। ଗୁରୁବାର ନ୍ୟୁଜ ଏଜେନ୍ସି ରଏଟର୍ସ ଜାତିସଂଘର ଏକ ଅପ୍ରକାଶିର ରିପୋର୍ଟ ଆଧାରରେ କହିଛି, ଏହାର ଉଦ୍ଦେଶ୍ୟ ହେଉଛି ପ୍ୟୋଙ୍ଗୟାଙ୍ଗର ଆଣବିକ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଅର୍ଥ ହ୍ରାସ କରିବା।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ କମିଟି ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ ସାଇବର ଚୋରିର ରେକର୍ଡ ଭାଙ୍ଗିବା ପରେ ଆନୁମାନିକ ୧.୭ ବିଲିୟନ ଡଲାର ଡିପିଆରକେ (ଉତ୍ତର କୋରିଆ) ହ୍ୟାକର୍‌ ବିଶ୍ୱ ସ୍ତରରେ କ୍ରିପ୍ଟୋକରେନ୍ସି ଏବଂ ଅନ୍ୟାନ୍ୟ ଆର୍ଥିକ ବିନିମୟବୁ ସଫଳତା ଭାବେ ଆକ୍ରମଣ ଜାରି ରଖିଥିଲେ।

Share