ଜୀବନକୁ ବାଜି ଲଗାଇ ସୁରକ୍ଷିତ ରଖିବାକୁ ପଡିବ କିମଙ୍କ ଫଟୋ, ନ ମାନିଲେ ମିଳିବ ମୃତ୍ୟୁ ଦଣ୍ଡ!

ପୋଙ୍ଗୟାଙ୍ଗ,୧୨।୮: ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଦେବାକୁ ବା ସାଇତି ରଖିବାକୁ ପଡିବ। ଘୂର୍ଣ୍ଣିଝଡ଼ ଖାନୁନ ଉତ୍ତର କୋରିଆ ଆଡକୁ ଗତି କରୁଛି, ଯେଉଁ କାରଣରୁ ପ୍ରବଳ ବର୍ଷା ଏବଂ ଖୁବ ଜୋରରେ ପବନ ହେଉଛ। ବାତ୍ୟା ଯୋଗୁଁ ଘରଗୁଡିକ ନଷ୍ଟ ହେବାକୁ ଯାଉଛି, ଯେଉଁ କାରଣରୁ ଲୋକମାନେ ଘରୁ ବାହାରକୁ ଯିବାବେଳେ କିମ ରାଜବଂଶର ଫଟୋକୁ ବି ସାଙ୍ଗରେ ସୁରକ୍ଷିତ ଭାବେ ନେଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାସ୍ତବରେ, କିମ ରାଜବଂଶର ଚିତ୍ରକୁ ସୁରକ୍ଷିତ ରଖିବା ପ୍ରତ୍ୟେକ କୋରିଆନଙ୍କ କର୍ତ୍ତବ୍ୟ ବୋଲି ବିବେଚନା କରାଯାଏ। ସମସ୍ତଙ୍କୁ ତାଙ୍କ ଘରର ଗୁରୁତ୍ୱପୂର୍ଣ୍ଣ କାନ୍ଥରେ କିମ ଜୋଙ୍ଗ ଉନଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଛବି ଟାଙ୍ଗିବାକୁ ପଡ଼ିଥାଏ। ସେହି କାନ୍ଥରେ କିମ ପରିବାରଙ୍କ ଫଟୋ ବ୍ୟତୀତ ଅନ୍ୟ କିଛି ରହିବା ଉଚିତ ନୁହେଁ। ଏହି ଫଟୋଗୁଡ଼ିକୁ ପ୍ରତିଦିନ ସଫା କରିବାକୁ ପଡେ, ବେଳେବେଳେ କୋରିଆ ପୋଲିସ ଘର ଭିତରକୁ ପ୍ରବେଶ କରି ଫଟୋଟି ସଫା ଅଛି କି ନାହିଁ ତାହା ଯାଞ୍ଚ କରିଥାଏ।

ଦ ଗାର୍ଡିୟନର ରିପୋର୍ଟ ଅନୁଯାୟୀ, ଶାସକ କୋରିଆ ୱାର୍କର୍ସ ପାର୍ଟିର ମୁଖପାତ୍ର ରୋଡୋଙ୍ଗ ସିନମୁନ କହିଛନ୍ତି ଯେ ଝଡ଼ ସମୟରେ ସେମାନଙ୍କି ନେତା କିଙ୍ଗ ଜୋଙ୍ଗ ଉନ, ତାଙ୍କ ପିତା କିମ ଜୋଙ୍ଗ-ଇଲ ଏବଂ ତାଙ୍କ ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ ଇଲ-ସୁଙ୍ଗଙ୍କ ଫଟୋ ଗୁଡିକୁ ସୁରକ୍ଷିତ ରଖିବେ। କିମ ରାଜବଂଶର ମୂର୍ତ୍ତି, ଫଟୋଗ୍ରାଫ ଏବଂ ଅନ୍ୟାନ୍ୟ ସ୍ମାରକୀକୁ ସୁରକ୍ଷିତ ରଖିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରଙ୍କଠାରୁ ମିଳିଥିବା ଏହି ଆଦେଶରେ ଜଣେ ଶାସକ କିମ ଜୋଙ୍ଗ କେତେ ବଡ଼ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି। କିମ ଜୋଙ୍ଗ-ଇଲ ଏବଂ କିମ ଇଲ-ସୁଙ୍ଗଙ୍କ ଫଟୋ ଦେଶର ପ୍ରତ୍ୟେକ ଘର ଏବଂ କାର୍ଯ୍ୟାଳୟରେ ଲଗାଯାଇଛି। ଯଦି କେହି ଫଟୋକୁ ନଷ୍ଟ କରନ୍ତି କିମ୍ବା ସେଗୁଡ଼ିକୁ ସୁରକ୍ଷିତ ରଖିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିବ। ଭୁଲ ବଶତଃ ଫଟୋଟି ନଷ୍ଟ ହୋଇଥିଲେ ମଧ୍ୟ ମୃତ୍ୟୁଦଣ୍ଡ ଦେବାକୁ ସ୍ଥିର କରାଯାଇଛି।

Share