କିମ୍‌ ଜଙ୍ଗ୍‌ଙ୍କୁ ଭେଟିବେ ପୁଟିନ୍‌

ମସ୍କୋ,୫।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ଏହି ମାସରେ ସାକ୍ଷାତ ହୋଇପାରେ। ରିପୋର୍ଟ ଅନୁଯାୟୀ, ଏହି ସାକ୍ଷାତ ରୁଷିଆରେ ହେବ ଏବଂ ଏହି ସାକ୍ଷାତରେ ଅସ୍ତ୍ରଶସ୍ତ୍ର ଚୁକ୍ତି ଉପରେ ଆଲୋଚନା ହେବ। ଖବର ଅନୁଯାୟୀ, ୟୁକ୍ରେନ ଯୁଦ୍ଧ ପାଇଁ ଉତ୍ତର କୋରିଆ ରୁଷିଆକୁ ଅସ୍ତ୍ର ଯୋଗାଇପାରେ।

ଆମେରିକାର ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଆଡ୍ରିଆନ ୱାଟସନ କହିଛନ୍ତି ଯେ, ଆମେ ପୂର୍ବରୁ ଚେତାବନୀ ଦେଇ ସାରିଛୁ ଯେ, ରୁଷିଆ ଏବଂ ଡିପିଆରକେ ମଧ୍ୟରେ ଅସ୍ତ୍ରଶସ୍ତ୍ର ନେଇ ଆଲୋଚନା ଚାଲିଛି। ବାସ୍ତବରେ ରୁଷିଆ ଉତ୍ତର କୋରିଆଠୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର କିଣିପାରେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆ ମଧ୍ୟ ଏହି ଚୁକ୍ତି ପାଇଁ ଆଗ୍ରହୀ।

Share