ଆମେରିକାର ଚେତାବନୀ ପରେ ବି ମାନୁ ନାହାନ୍ତି କିମ, ଏକାଥରେ ୮ ବାଲେଷ୍ଟିକ ମିଶାଇଲର କଲେ ପରୀକ୍ଷଣ

ପୋଙ୍ଗୟାଙ୍ଗ,୫ ।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜନ ଉନ ତାଙ୍କ କାର୍ଯ୍ୟକଳାପକୁ ନେଇ ଥାଆନ୍ତି ଖୁବ ଚର୍ଚ୍ଚାରେ । ପଡୋଶି ଦେଶ ଦକ୍ଷିଣ କୋରିଆର ଚେତାବନୀ ପରେ ବି କିମ ମଶାଇଲ ପରୀକ୍ଷଣ କରି ଚାଲିଛନ୍ତି । ଏବେ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର କୋରିଆ ରବିବାର ସକାଳେ ଏକ ଅଜ୍ଞାତ ବାଲେଷ୍ଟିକ ମିଶାଇଲର ପରୀକ୍ଷଣ କରିଥିଲା । ଏହି ମିଶାଇଲ ଲଞ୍ଚର ସୂଚନା ଦକ୍ଷିଣ କୋରିଆର ଜଏଣ୍ଡ ଚିଫ ଅଫ ଷ୍ଟାଫ ଦେଇଛନ୍ତି ।
ଏପଟେ ଜାପାନର କୈଦୋ ସମାଚାର ଏଜେନ୍ସି କହିଛି, ଉତ୍ତର କୋରିଆ ଗୋଟିଏ ପରେ ଗୋଟିଏ ୮ଟି ବାଲେଷ୍ଟିକ ମିଶାଇଲର ପରୀକ୍ଷଣ କରିଛି । ଏକ ସରକାରୀ ସୂତ୍ରରୁ ମିଳିଥିବା ସୂଚନାରୁ ଏହା ଜଣାପଡିଛି ।

Share