ଆମେରିକା ସହ ଏହାର ମିତ୍ର ଦେଶକୁ ପରମାଣୁ ଆକ୍ରମଣର ଚେତାବନୀ ଦେଲେ କିମ

ପୋଙ୍ଗୟାଙ୍ଗ,୧୯ ।୧୧: ପୁଣିଥରେ ଚର୍ଚ୍ଚାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିନ ଜୋନ ଉନ । ଏଥର ସେ ଆମେରିକା ଓ ଏହାର ମିତ୍ର ଦେଶ ଗୁଡିକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି । ଶନିବାର କିମ ନିଜେ ନିଜ ଦେଶରେ ମିଶାଇଲ ପରୀକ୍ଷଣର ନିରିକ୍ଷଣ କରିବା ପରେ ଏହି ଧମକ ଦେଇଛନ୍ତି । ସେ କହିଛନ୍ତି ବିପଦର ଜବାବ ପରମାଣୁ ଅସ୍ତ୍ରରେ ଦିଆଯିବ ।
ଉତ୍ତର କୋରିଆର ସରକାରୀ ନ୍ୟୁଜ ଏଜେନ୍ସି କେସିଏନଏ ଏହି ସୂଚନା ଦେଇଛି । କିମ ଜନ ଉନ କହିଛନ୍ତି ପ୍ୟୋଙ୍ଗୟାଙ୍ଗ ପରମାଣୁ ଅସ୍ତ୍ରର ପରମାଣୁ ଅସ୍ତ୍ରରେ ଓ ସମାନ ସେନା ଢଙ୍ଗରେ ସମ୍ପୂଣ୍‌ର୍ ସାମରିକ ମୁକାବିଲାର ଜବାବ ଦିଆଯିବ । ଉତ୍ତର କୋରିଆ ଦ୍ୱାରା ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ କ୍ଷେପଣାସ୍ତ୍ର(ଆଇସିବିଏମ) ପରୀକ୍ଷଣର ଗୋଟିଏ ଦିନ ପରେ ଏହି ଚେତାବନି ଦିଆଯାଇଛି । ବିଶ୍ୱରୁ ବିଚ୍ଛିନ୍ନ ହୋଇଥିବା ଉତ୍ତର କୋରିଆ ଶୁକ୍ରବାର ଏହି କ୍ଷେପଣାସ୍ତ୍ରକୁ ପୂର୍ବ ସାଗର ଆଡକୁ ନିକ୍ଷେପ କରିଛି । ଦକ୍ଷିଣ କୋରିଆ ସେନା କହିଛି ଏହି ପଦକ୍ଷେପ ଦକ୍ଷିଣ କୋରିଆ ଓ ଜାପାନର ପ୍ରତିରୋଧ କ୍ଷମତାକୁ ମଜଭୁତ କରିବା ପାଇଁ ଆମେରିକା ଦ୍ୱାରା ନିଆଯାଇଥିବା ଉପାୟକୁ ବିରୋଧ କରି ଏହି ପଦକ୍ଷେପ ନିଆଯାଇଛି ।

Share