ପ୍ରତ୍ୟହ ଦେଢ଼ ଘଣ୍ଟା ଉତ୍ତରକୋରିଆ ତାନାଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ପଢ଼ିବେ ଛାତ୍ରୀଛାତ୍ର: ଲାଗୁ ହେଲା ନୂଆ ନିୟମ

ପ୍ୟୋଙ୍ଗୟାଙ୍ଗ,୧୮।୯: ଉତ୍ତରକୋରିଆର ତାନାଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ପାଠପଢ଼ିବେ ସେଠାକାର ଛାତ୍ରୀଛାତ୍ର। ନିକଟରେ ଏ ସଂକ୍ରାନ୍ତରେ ଏକ ନିୟମ ଦେଶରେ ପାରିତ ହୋଇଛି। ପ୍ରି-ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟକ୍ରମ ସହ ଏହି ନୂତନ ଶିକ୍ଷାକୁ ଯୋଡ଼ାଯିବ। ତଦନୁଯାୟୀ ଛାତ୍ରମାନଙ୍କୁ ପ୍ରତ୍ୟହ ଦେଢ଼ ଘଣ୍ଟା ଧରି ନାନାଶାହଙ୍କ ବିଷୟରେ ପଢ଼ିବାକୁ ହେବ। ଏହି ଶିକ୍ଷାର ନାମ ‘ମହାନତା ’ ଦିଆଯାଇଥିବା ବେଳେ ଏହାଦ୍ୱାରା ଲୋକମାନେ ଉତ୍ତରକୋରିଆ ନେତୃତ୍ୱ ସରକାର ପ୍ରତି ବିଶ୍ୱସ୍ତ ହେବେ ବୋଲି ଆଶା ରହିଛି।

କିମ୍‌ ଜୋଙ୍ଗ୍‌ ଉନଙ୍କ ଭଉଣୀ କିମ୍‌-ୟୋ-ଜୋଙ୍ଗ ନିକଟରେ ଗ୍ରେଟ୍‌ନେସ୍‌ ଏଜୁକେଶନ(ମହାନତା ଶିକ୍ଷା) ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ନୂଆ ପାଠ୍ୟକ୍ରମକୁ ଦେଶର ସମସ୍ତ ସ୍କୁଲକୁ ପଠାଇଦିଆଯାଇଛି। ୫ ରୁ ୬ ବର୍ଷ ବୟସ୍କ ପିଲା ଏହାକୁ ପଢ଼ିବେ। ପ୍ରତିଦିନ ସେମାନଙ୍କୁ ୩୦-୩୦ ମିନିଟ୍‌ ଲେଖାଏ କିମ୍‌ ଜୋଙ୍ଗଙ୍କ ବାପା କିମ୍‌ ଜୋଙ୍ଗ ଇଲ ଏବଂ ଜେଜେବାପା କିମ୍‌-ଇଲ୍‌-ସୁଙ୍ଗଙ୍କ ପିଲାଦିନ ବିଷୟରେ ମଧ୍ୟ ପଢ଼ାଯିବ। ବାକି ୩୦ ମିନିଟ୍‌ ବିଭିନ୍ନ କ୍ରାନ୍ତିକାରୀ ସଂଙ୍ଗୀତ ବିଷୟରେ ପଢ଼ାଯିବ।ତେବେ ଏଭଳି ଶିକ୍ଷା ଦ୍ୱାରା ପିଲାମାନଙ୍କ ଉପରେ କୁପ୍ରଭାବ ମଧ୍ୟ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।

Share