ପରମାଣୁ ପରୀକ୍ଷଣ ନିରିକ୍ଷଣ କରିବାକୁ ପହଞ୍ଚିଲେ କିମ, ଫଟୋ ଜାରି କଲା ଉତ୍ତର କୋରିଆ

ସିୟୋଲ,୧୦ ।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କ ପୁରୁଣା ଅଭ୍ୟାସରେ ପରିବର୍ତ୍ତନ କରିପାରୁ ନାହାନ୍ତି । ଦକ୍ଷିଣ କୋରିଆ, ଆମେରିକା ଭଳି ଦେଶ ଚେତାବନୀ ଦେବା ପରେ ବି ସେ ଲଗାତାର ମଶାଇଲ ପରୀକ୍ଷଣ କରି ଚାଲିଛନ୍ତି । ସୋମବାର ଉତ୍ତର କୋରିଆ ପକ୍ଷରୁ କିମ ଜୋନ ଉନଙ୍କ ଫଟୋ ଜାରି କରାଯାଇଛି । ଫଟୋରେ ସେ ସେହି ସ୍ଥାନର ନିରୀକ୍ଷଣ କରୁଥିବା ଦେଖାଯାଇଛି ଯେଉଁଠି କିଛିଦିନ ହେବ ପରମାଣୁ ସଂଚାଳନ ପରୀକ୍ଷଣ ଆୟୋଜିତ ହୋଇଛି ।
ଏକ ରିପୋର୍ଟରେ କୁହାଯାଇଛି କି ଉତ୍ତର କୋରିଆ ୪ ଅକ୍ଟୋବରରେ ଜାପାନ ଉପରେ ଯେଉଁ ମିଶାଇଲ ମାଡ କରିଥିଲା ତାହା ଏକ ନୂଆ ବିକଶିତ ମିଶାଇଲ ଥିଲା । ଏହାର ଉଦ୍ଦେଶ୍ୟ ଥିଲା ଶତ୍ରୁଙ୍କୁ କଡା ଜବାବ ଦେବା । କିମଙ୍କ ମିଶାଇଲ ପରୀକ୍ଷଣକୁ ନେଇ କୋରିଆ ଦ୍ୱୀପରେ ବେଳକୁ ବେଳ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରେ ଲାଗିଛି । ଏଥିମଧ୍ୟରୁ ଗୋଟିଏ ମିଶାଇଲ ପଡୋଶି ଦେଶ ଜାପାନ ଉପରେ କରାଯାଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି ।

Share