ଆରମ୍ଭ ହେଲା ମହାବିନାଶର କାଉଣ୍ଟ ଡାଉନ! ଋଷିଆକୁ ଘାତକ ଅସ୍ତ୍ରଶସ୍ତ୍ର ପଠାଇଲେ କିମ ଉନ

ମସ୍କୋ,୭।୧୦: ମହାବିନାଶର ଟ୍ରିଗରକୁ ଦବାଇ ସାରିଛି ଉତ୍ତର କୋରିଆ। ଆମେରିକାର ବାରମ୍ବାର ଚେତାବନୀ ସତ୍ତ୍ୱେ ଉତ୍ତର କୋରିଆ ଋଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଆରମ୍ଭ କରିଛି। ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ଅଣଦେଖା କରି ଋଷିଆକୁ ମାରାତ୍ମକ ଓ ଘାତକ ଅସ୍ତ୍ର ଦେବା ଆରମ୍ଭ କରିଛନ୍ତି। ନିକଟରେ ଉଭୟ ନେତା ପରସ୍ପରଙ୍କୁ ଭେଟିଥିଲେ। ଋଷିଆକୁ ଉତ୍ତର କୋରିଆ ସମର୍ଥନ ଦେବା ପରେ ଆମେରିକା ପାଇଁ ଏହା ଏକ ବଡ ମୁଣ୍ଡବିନ୍ଧାର କାରଣ ସାଜିଛି।

ଉତ୍ତର କୋରିଆ ଦ୍ୱାରା ଋଷିଆକୁ ଯୋଗାଇ ଦିଆଯାଉଥିବା ଘାତକ ଅସ୍ତ୍ରଗୁଡିକ ଖୁବଶୀଘ୍ର ଯୁଦ୍ଧ କ୍ଷେତ୍ରକୁ ପଠାଯିବ। ଅସ୍ତ୍ରଶସ୍ତ୍ର ଅଭାବର ସମ୍ମୁଖୀନ ହେଉଥିବା ଋଷିଆ ସେନା ଖୁବ ଶୀଘ୍ର ଅନେକ ମାରାତ୍ମକ ଅସ୍ତ୍ର ପାଇବ। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିମଙ୍କର ପ୍ରଥମ ଅସ୍ତ୍ରଶସ୍ତ୍ର ଯୋଗାଣ ଋଷିଆରେ ପହଞ୍ଚି ସାରିଛି। ତେବେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିମ ଉନଙ୍କୁ ଏକ ଚିଠି ଲେଖି ୟୁକ୍ରେନ ଯୁଦ୍ଧରେ ତାଙ୍କ ସମର୍ଥନ ଲୋଡିଥିଲେ। କିମ ମଧ୍ୟ ଏଥିରେ ରାଜି ହୋଇଥିଲେ।

Share