ଆମେରିକା ଆଣବିକ ବୁଡ଼ାଜାହାଜ ବିରୋଧରେ ୨ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ

ଓ୍ବାଶିଂଟନ୍‌,୧୯।୭: ଆମେରିକା ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦକ୍ଷିଣ କୋରିଆକୁ ଆଣବିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ପଠାଇଛି। ବୁଡ଼ାଜାହାଜ ଦକ୍ଷିଣ କୋରିଆରେ ପହଞ୍ଚିବାର କିଛି ଘଣ୍ଟା ପରେ ଉତ୍ତର କୋରିଆ ଏହାର ପୂର୍ବ ଉପକୂଳରୁ ଦୁଇଟି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି। ୟୋନହାପ ନ୍ୟୁଜ ଏଜେନ୍ସି ଦକ୍ଷିଣ କୋରିଆର ସାମରିକ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ, ଉତ୍ତର କୋରିଆ ବୁଧବାର ସକାଳ ପ୍ରାୟ ୩.୩୦ ଏବଂ ୩.୪୬ ସମୟରେ ପ୍ୟୋଙ୍ଗୟାଙ୍ଗର ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁଇଟି ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ୟୋନହାପ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରାୟ ୫୫୦କିଲୋମିଟର (୩୪୦ ମାଇଲ) ଉଡିଛି। ଆମେରିକାର ୟୁଏସଏସ କେଣ୍ଟୁକି ଓହିଓ ଶ୍ରେଣୀର ବାଲିଷ୍ଟିକ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ମଙ୍ଗଳବାର ଦକ୍ଷିଣ କୋରିଆର ବୁସାନ ବନ୍ଦରକୁ ବାହରିଥିଲା। ବୁଡ଼ାଜାହାଜ ଦକ୍ଷିଣ କୋରିଆରେ ପହଞ୍ଚିଥିବା ଖବର ପାଇବା ପରେ ଗୋଟିଏ ଦିନ ପରେ ଅର୍ଥାତ୍‌ ବୁଧବାର ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି,

Share