ଆଉ ଏକ ବାଲେଷ୍ଟିକ ମିଶାଇଲର ପରୀକ୍ଷଣ କଲେ କିମ୍‌

ପୋଙ୍ଗୟାଙ୍ଗ,୨୫ ।୩: ସମାଚାର ଏଜେନ୍ସି ଏଏଫପି ଉତ୍ତର କୋରିଆର ସରକାରୀ ଗଣମାଧ୍ୟମର ସୂଚନାକୁ ଆଧାର କରି ଏକ ରିପୋର୍ଟ ଦେଇଛି ଯେ କିମ ଜୋନ ଉନ୍ ବ୍ୟକ୍ତିଗତ ଭାବେ ଦେଶର ‘ନୂଆ ପ୍ରକାର’ ଅନ୍ତରମହାଦୀପିୟ ବାଲେଷ୍ଟିକ ମିଶାଇଲର ପରୀକ୍ଷାର ନିରିକ୍ଷଣ କରିଛନ୍ତି । କେସିଏନ୍‌ଏ କହିଛି ଡିପିଆର ଷ୍ଟ୍ରାଟେଜିକ ଫୋର୍ସର ଏକ ନୂତନ ପ୍ରକାର ଅନ୍ତରମହାଦୀପିୟ ବାଲେଷ୍ଟିକ ମିଶାଇଲ ହ୍ୱାସୋଙ୍ଗ-୧୭ ମାର୍ଚ୍ଚ ୨୪ରେ କିମ ଜୋନ ଉନଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ ପରୀକ୍ଷା କରାଯାଇଥିଲା । ହ୍ୱାସୋଙ୍ଗ-୧୭ ହେଉଛି ଏକ ବୃହତ୍ତ ଆଇସିବିଏମ୍ ଯାହାର ଉନ୍ମୋଚନ ପ୍ରଥମେ ଅକ୍ଟୋବର ୨୦୨୦ରେ ହୋଇଥିଲା ।
ବିଶ୍ଲେଷରକାରୀଙ୍କ ଦ୍ୱାରା ହ୍ୱାସୋଙ୍ଗ-୧୭କୁ ‘ମନଷ୍ଟର ମିଶାଇଲ’ ବା ରାକ୍ଷସ ମିଶାଇଲ ବୋଲି କୁହାଯାଉଥିଲା । ଏହା ପୂର୍ବରୁ ସଫଳତାର ସହ ପରୀକ୍ଷା କରାଯାଇ ନାହିଁ । କେସିଏନ୍‌ଏ କହିଛି, ପ୍ୟୋଙ୍ଗୟାଙ୍ଗ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉତକ୍ଷେପଣ ହୋଇଥିବା ଏହି ମିଶାଇଲ ସର୍ବାଧିକ ୬,୨୪୮ କିଲୋମିଟର ଉଚ୍ଚତାକୁ ଯାତ୍ରା କରିଛି ଏବଂ ୪,୦୫୨ ସେକେଣ୍ଡରେ ୧,୦୯୦ କିଲୋମିଟର ଅତିକ୍ରମ କରିଛି ଓ ଖୋଲା ପାଣିରେ ପୂର୍ବ ନିର୍ଦ୍ଧାରିତ ସ୍ଥାନକୁ ସଠିକ ଭାବେ ହିଟ୍ କରିଛି ।

Share