ସିଓଲ, ୧୨ା୫: ଉତ୍ତର କୋରିଆ ଗୁରୁବାର କମ୍ ଦୂରତା ବିଶିଷ୍ଟ ୩ ବାଲିଷ୍ଟିକ୍ ମିଶାଇଲ ସମୁଦ୍ରରେ ପରୀକ୍ଷଣ କରିଥିବା ଦକ୍ଷିଣ କୋରିଆ ସେନା ପକ୍ଷରୁ କୁହାଯାଇଛି। ଜାପାନ ମଧ୍ୟ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ବାବଦରେ ଅବଗତ ହେବା ସହ ଏହାର ଉପକୂଳରେ ସୁରକ୍ଷା ପ୍ରସ୍ତୁତି ଓ ନୀରିକ୍ଷଣ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଉତ୍ତର କୋରିଆରେ ଗୁରୁବାର ପ୍ରଥମ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିବା ପରେ ଦେଶରେ ଜରୁରିକାଳୀନ ସ୍ଥିତି ଲାଗୁ କରାଯାଇଛି।