ଦକ୍ଷିଣ କୋରିଆକୁ ଚେତାବନୀ ଦେଲା ଉତ୍ତର କୋରିଆ

ସିଓଲ,୮ା୧୧: ଉତ୍ତର କୋରିଆ ଦକ୍ଷିଣ କୋରିଆକୁ କଡ଼ା ସମାଲୋଚନା କରିବା ସହ ଚେତାବନୀ ମଧ୍ୟ ଦେଇଛି। ଏହା ବିରୋଧରେ ବେସରକାରୀ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପଠାଯାଇଥିବା ପ୍ରଚାର ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରାଯାଇଛି। ଉତ୍ତର କୋରିଆ ଏହା ମଧ୍ୟ କହିଛି ଯେ, ଏହା ସେମାନଙ୍କ ବିରୋଧରେ ଚାଲିଥିବା ଏକ ମାନସିକ ଯୁଦ୍ଧ।

ଉତ୍ତର କୋରିଆ କହିଛି, ଯଦି ଏପରି ଜାରି ରହେ ତେବେ ଏହା ଏକ ବ୍ୟାରେଜ ଶେଲ୍‌ ସହିତ ଜବାବ ଦେବ। ପ୍ରଥମଥର ପାଇଁ ଦକ୍ଷିଣ କୋରିଆର ଏହି ପଦକ୍ଷେପ ସମ୍ପର୍କରେ ଉତ୍ତର କୋରିଆରୁ ଏହି ବିବୃତ୍ତି ଆସିଛି। ବହୁ ପରିମାଣରେ ଅଭିବ୍ୟକ୍ତିର ସ୍ବାଧୀନତାକୁ ପ୍ରଭାବିତ କରୁଥିବା ଯୁକ୍ତି ଆଧାରରେ ଏହି ନିଷେଧାଦେଶ ଆଇନକୁ ରଦ୍ଦ କରିଦିଆଯାଇଛି।

Share