ଆମେରିକା ସହ ଯୁଦ୍ଧ କରିବ ଉତ୍ତର କୋରିଆ

ସିଓଲ,୧୪ା୮: ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନଙ୍କ ଆଦେଶ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଉତ୍ତର କୋରିଆ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିପାରେ ବୋଲି କିମ୍‌ କହିଛନ୍ତି।   କିମ୍‌ ଏହି ମାସରେ ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଗ୍ରୀଷ୍ମକାଳୀନ ଡ୍ରିଲକୁ ପରମାଣୁ ଯୁଦ୍ଧ ପାଇଁ ଏକ ରିହର୍ସାଲ ବୋଲି କହିଛନ୍ତି। ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, ଯୁଦ୍ଧ ପ୍ରସ୍ତୁତିର ଗୁଣାତ୍ମକସ୍ତର କ୍ଷେପଣାସ୍ତ୍ର ଶିଳ୍ପର ବିକାଶ ଉପରେ ନିର୍ଭର କରେ ଏବଂ ଆମର ସାମରିକ ଯୁଦ୍ଧ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାରେ କାରଖାନାର ଏକ ବଡ଼ ଦାୟିତ୍ୱ ରହିଛି।

ରଣନୈତିକ କ୍ଷେପଣାସ୍ତ୍ର, କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ପ୍ଲାଟଫର୍ମ, ସଶସ୍ତ୍ର ଯାନ ଏବଂ ଆର୍ଟିଲିରି ସେଲ୍‌ ଉତ୍ପାଦନ କରୁଥିବା ପ୍ରମୁଖ ଗୁଳିଗୋଳା କାରଖାନା ପରିଦର୍ଶନ ସମୟରେ କିମ୍‌ ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Share