ଧଳା ଘୋଡ଼ାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ !

ପୋଙ୍ଗୟାଙ୍ଗ,୪ ।୨: କିମ ଜଙ୍ଗ ଉନ ଉତ୍ତର କୋରିଆର ଏକ ନୂଆ ପ୍ରଚାର ଭିଡିଓରେ ନଜର ଆସିଛନ୍ତି । ଏହି ଭିଡିଓରେ କିମଙ୍କୁ ଏକ ଧଳା ଘୋଡା ଉପରେ ଦେଖିବାକୁ ମିଳିବ । ଏହି ଭିଡଓ କିମଙ୍କ ଆର୍ଥିକ ନେତୃତ୍ୱକୁ ବଢାଇଚଢାଇ ଉପସ୍ଥାପନ କରୁଛି । ହେଲେ ଏଥିରେ ନିକଟ ଅତିତରେ କରାଯାଇଥିବା ମିଶାଇଲ ଟେଷ୍ଟକୁ ବାଦ୍ ଦିଆଯାଇଛି ।
ସୂଚନାଯୋଗ୍ୟ, ଚଳିତବର୍ଷ ଆରମ୍ଭରୁ ଉତ୍ତର କୋରିଆ ରେକର୍ଡ ପରିମାଣର ୭ ମିଶାଇଲ ପରୀକ୍ଷା କରି ସାରିଲାଣି । ଏଥିରେ ୨୦୧୭ ପରେ ସବୁଠାରୁ ଶକ୍ତିଶାଳୀ ମିଶାଇଲକୁ ବି ପରୀକ୍ଷା କରାଯାଇଛି । ଏହାପରେ ଚିନ୍ତା କରାଯାଉଛି କି କିମ ଜଙ୍ଗ ଉନ ଲମ୍ବା ଦୂରତା ବିଶିଷ୍ଟ ନ୍ୟୁକ୍ଲିୟର ମିଶାଇଲର ପୁନଃ ପରୀକ୍ଷଣ ଆରମ୍ଭ କରିପାରନ୍ତି । ଅନ୍ୟପଟେ ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଥାଇ ବି ସରକାର ସଶସ୍ତ୍ର ବଳଙ୍କର ଆଧୁନିକିକରଣ କରିବାକୁ ଖୁବ୍ ଚେଷ୍ଟା ଚଳାଇଛନ୍ତି । ଉତ୍ତର କୋରିଆ ଅଧ୍ୟୟନ ବିଶ୍ୱବିଦ୍ୟାଳୟର ପ୍ରଫେସର ୟାଙ୍ଗ ମୁ-ଜିନ କହିଛନ୍ତି ଉକ୍ତ ଭିଡିଓ କିମଙ୍କ ମାନବୀୟତାକୁ ଦେଖାଇବାକୁ ଏକ ପ୍ରୟାସ । ସେ ଆହୁରି ମଧ୍ୟ କହିଛନ୍ତି ଭିଡିଓ କିମଙ୍କୁ ଏମିତି ଜଣେ ନେତା ରୂପେ ଚିତ୍ରିତ କରିବାକୁ ଚାହୁଁଛି ଯିଏ ଜନତାଙ୍କୁ ଖୁବ୍ ଭଲପାଉଛନ୍ତି ଓ ପରିଣାମ ସ୍ୱରୂପ ଅଧିକ କାମ କରି ଥକି ଯାଉଛନ୍ତି ।

Share