ଜାପାନ ମୁହାଁ ଉତ୍ତର କୋରିଆ କ୍ଷେପଣାସ୍ତ୍ର…

ଟୋକିଓ,୧୯।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବାରଣ ସତ୍ତ୍ୱେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଆମେରିକା ଆଣବିକ ନିରସ୍ତ୍ରୀକରଣ ନେଇ କିମ୍‌ଙ୍କ ତାଗିଦ୍‌ କରିବାର କିଛି ଘଣ୍ଟା ପରେ ମଙ୍ଗଳବାର ଏହି କ୍ଷେପଣାସ୍ତ୍ରକୁ ଜାପାନ ମୁହାଁ କରାଯାଇ ପରୀକ୍ଷଣ କରାଯାଇଛି। ଏନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ଉତ୍ତର କୋରିଆ ସବ୍‌ମେରାଇନ୍‌ରୁ ଉତ୍‌କ୍ଷେପଣ କରାଯାଇଛି।

କ୍ଷେପଣାସ୍ତ୍ର ପରୀକ୍ଷା ନେଇ ଦକ୍ଷିଣ କୋରିଆ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ବିବୃତ୍ତି ଜାରି ହୋଇ ନାହିଁ। ତେବେ ମିଡ଼ିଆ ରିପୋର୍ଟ ଅନୁସାରେ ଏହି କ୍ଷେପଣାସ୍ତ୍ରକୁ ସବ୍‌ମେରାଇନ୍‌ରୁ ପରୀକ୍ଷା କରାଯାଇଛି। ସେହିପରି ଜାପାନ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ସୁରକ୍ଷା ସତର୍କ ସୂଚନା ଜାରି ହୋଇଛି।

ମାତ୍ର କ୍ଷେପଣାସ୍ତ୍ର ସମୁଦ୍ରରେ କେଉଁଠି ପଡ଼ିଛି ସେ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। କ୍ଷେପଣାସ୍ତ୍ର ପରୀକ୍ଷା ପରେ ଦକ୍ଷିଣ କୋରିଆ ସରକାରଙ୍କ ପକ୍ଷରୁ ସୁରକ୍ଷା ପରିଷଦ ବୈଠକ ଡକାଯାଇଛି।

Share