ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଭଗ୍ନାବଶେଷ ଉଦ୍ଧାର କଲା ଦକ୍ଷିଣ କୋରିଆ…

ସିଓଲ,୫।୭ : ଦକ୍ଷିଣ କୋରିଆ ସୈନ୍ୟମାନେ ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହରୁ ଆବର୍ଜନା ଉଦ୍ଧାର କରିଛନ୍ତି। ମେ ମାସରେ ବିଫଳ ଉତକ୍ଷେପଣ ପରେ ଉପଗ୍ରହ ସମୁଦ୍ରରେ ପଡ଼ିଯାଇଥିଲା। ଗତ ମାସରେ ଉତ୍ତର କୋରିଆ ଏହାର ପ୍ରଥମ ସାମରିକ ଉପଗ୍ରହ ଉତକ୍ଷେପଣ କରିଥିଲା, ଯାହା ବିଫଳ ହୋଇଥିଲା। ଏହାର ବୁଷ୍ଟର୍‌ ଏବଂ ପେଲୋଡ ଟେକ ଅଫ ହେବାର କିଛି ସମୟ ପରେ ସମୁଦ୍ର ଉପରେ ବିସ୍ପୋରଣ ଘଟିଥିଲା। ଏହି ଗୁପ୍ତଚର ରକେଟର ଆବର୍ଜନାକୁ ଦକ୍ଷିଣ କୋରିଆ ସମୁଦ୍ରରୁ ଉଦ୍ଧାର କରିଛି।

ଉତ୍ତର କୋରିଆର ଏହି ଗୁପ୍ତଚର ଉପଗ୍ରହ ଉତକ୍ଷେପଣକୁ ବିଶ୍ଳେଷଣ କରିବା ପରେ ଦକ୍ଷିଣ କୋରିଆ ଏବଂ ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଗୁପ୍ତଚର ଉପଗ୍ରହ ଭାବରେ ଏହାର କୌଣସି ସାମରିକ ଉପଯୋଗୀତା ନାହିଁ। ଦକ୍ଷିଣ କୋରିଆ ସୈନ୍ୟ କହିଛନ୍ତି ସେମାନେ ବୁଧବାର ସର୍ଚ୍ଚ ଅପରେଶନ ଶେଷ କରିଛନ୍ତି।

Share