ଉତ୍ତର କୋରିଆରେ କମୁଛି ଶିଶୁ ଜନ୍ମ ହାର, କିମ କହିଲେ ଅଧିକ ସନ୍ତାନ ପ୍ରସବ କରନ୍ତୁ ମହିଳା

ସିଓଲ,୫।୧୨: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶର ଶକ୍ତି ବୃଦ୍ଧି ପାଇଁ ମହିଳାମାନଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ କହିଛନ୍ତି।
ସେ କହିଛନ୍ତି ଯେ ଦେଶରେ ଜନ୍ମ ହାର ହ୍ରାସକୁ ବନ୍ଦ କରିବା ମହିଳାଙ୍କ କର୍ତ୍ତବ୍ୟ। ତାଙ୍କ ସରକାର ଲୋକଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ ଆହ୍ବାନ ଦେଉଛନ୍ତି। ରବିବାର ମଆମାନଙ୍କର ଜାତୀୟ ବୈଠକରେ କିମ ଏହି ଆବେଦନ କରିଛନ୍ତି। କିମ କହିଛନ୍ତି,
ଜନ୍ମ ହାର ହ୍ରାସକୁ ବନ୍ଦ କରିବା ଏବଂ ପିଲାମାନଙ୍କୁ ବଂଚାଇବା ଏବଂ ସେମାନଙ୍କୁ ଶିକ୍ଷା ଯୋଗାଇବା ଆମର ପାରିବାରିକ ବିଷୟ। ଆମ ମାଆମାନଙ୍କ ସହିତ ଆମେ ଏଗୁଡ଼ିକର ସମାଧାନ କରିବା ଉଚିତ।
ଦକ୍ଷିଣ କୋରିଆ ସରକାର ଆକଳନ କରିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଉତ୍ତର କୋରିଆର ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଏହି ପରିସ୍ଥିତି ଏକ ଦେଶ ପାଇଁ ଚିନ୍ତାର ବିଷୟ, ଯାହା ଏହାର ଅର୍ଥବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ସଂଗଠିତ ଶ୍ରମ ଉପରେ ନିର୍ଭର କରେ। ସୀମିତ ତଥ୍ୟ ହେତୁ ଉତ୍ତର କୋରିଆର ଜନସଂଖ୍ୟା ଧାରା ବିଷୟରେ ସୂଚନା ପାଇବା କଷ୍ଟକର। ରିପୋର୍ଟ ଅନୁଯାୟୀ, DPRKHEALTH.ORG ର ମୁଖ୍ୟ ଆନ କ୍ୟୁଙ୍ଗ-ସୁ କହିଛନ୍ତି, ଉତ୍ତର କୋରିଆର ଅନେକ ପରିବାର ଏକରୁ ଅଧିକ ସନ୍ତାନ ପାଇବାକୁ ବିଶ୍ୱାସ କରନ୍ତି ନାହିଁ। ଏହାର କାରଣ ହେଉଛି ଯେ ସେମାନେ ଅନୁଭବ କରୁଛନ୍ତି ଯେ ପିଲାମାନଙ୍କୁ ବଂଚାଇବା, ବିଦ୍ୟାଳୟ ଶିକ୍ଷା ଇତ୍ୟାଦିରେ ବହୁତ ଖର୍ଚ୍ଚ ହେବ।

Share