ପ୍ୟୋଙ୍ଗୟାଙ୍ଗ,୨।୪ : ଉତ୍ତର କୋରିଆର ଆଣବିକ କେନ୍ଦ୍ର ଆଞ୍ଚଳ ଚଳଚଞ୍ଚଳ ହେବା ନେଇ ଆମେରିକା ଦାବି କରିଛି। ଆମେରିକାର ରିପୋର୍ଟରେ ଦର୍ଶାଯାଇଛି ଯେ କିମ ଜୋଙ୍ଗ ଉନଙ୍କ ବୋମା ଇନ୍ଧନ ନିର୍ଦ୍ଦେଶ ଜାରି ପରେ ମାର୍ଚ୍ଚ ୩ ଏବଂ ୧୭ ରେ ମୁଖ୍ୟ ଆଣବିକ କେନ୍ଦ୍ର ୟୋଙ୍ଗବିଅନରେ କିଛି କାର୍ଯ୍ୟକଳାପ ପରିଲକ୍ଷିତ ହୋଇଥିଲା ଏବଂ ଉତ୍ତର କୋରିଆ ଶୀଘ୍ର ଆଣବିକ ପରୀକ୍ଷଣ କରିପାରେ ବୋଲି ଅନୁମାନ କରାଯାଉଛି। ଏନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି।
ଉତ୍ତର କୋରିଆର ମୁଖ୍ୟ କିମ ଜୋଙ୍ଗ ଉନ ଦେଶର ଆଣବିକ ଅସ୍ତ୍ରଶସ୍ତ୍ରକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ବୋମା ଇନ୍ଧନର ଉତ୍ପାଦନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେବା ପରେ ସାଟେଲାଇଟ ଚିତ୍ରରୁ ଉତ୍ତର କୋରିଆର ମୁଖ୍ୟ ଆଣବିକ କେନ୍ଦ୍ର ଅଞ୍ଚଳଠାରେ ଲୋକଙ୍କ ଗହଳି ବଢ଼ିଥିବା ଜଣାପଡ଼ିଛି। ଆମେରିକାର ଥିଙ୍କ ଟ୍ୟାଙ୍କ ଏହାର ଏକ ରିପୋର୍ଟ ପ୍ରକାଶ କରିଛି।
ୱାଶିଂଟନ ଭିତ୍ତିକ ୩୮ ଉତ୍ତର ଉତ୍ତର କୋରିଆ ମନିଟରିଂ ପ୍ରୋଜେକ୍ଟ ରିପୋର୍ଟରେ ଉଲ୍ଲେଖ କରାଯାଇଛି, ୟୋଙ୍ଗବିୟନ ସାଇଟରେ ଥିବା ପରୀକ୍ଷାମୂଳକ ହାଲୁକା ଜଳ ରିଆକ୍ଟର କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି।