କୋମାରେ କିମ୍‌!

ପ୍ୟୋଙ୍ଗୟାଙ୍ଗ,୨୪।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ କୋମାରେ ଥିବା ଚର୍ଚ୍ଚା ହେଉଛି। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ କିମ ଦା ଜଙ୍ଗଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସୋଙ୍ଗ ମିନଙ୍କ ସୂଚନା ଅନୁଯାୟୀ କିମ୍‌ ଏବେ କୋମାରେ ରହିଛନ୍ତି। ସେଥିପାଇଁ ତାଙ୍କ ଭଉଣୀ କିମ ୟୋ ଜଙ୍ଗ ଏବେ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାମଲା ଉପରେ ନଜର ରଖିବେ ବୋଲି କୁହାଯାଉଛି। ସୋସିଆଲ ମିଡିଆ ମାଧ୍ୟମରେ ଚାଙ୍ଗ କହିଛନ୍ତି ଉତ୍ତର କୋରିଆର କୌଣସି ନେତା ସହଜରେ ସେମାନଙ୍କ ଅଧିକାର କାହାକୁ ଦେଇ ନ ଥିବା ଇତିହାସ ରହିଛି। ଯଦି ସେମାନେ ରୋଗଗ୍ରସ୍ତ ହୁଅନ୍ତି ଅବା ତାଙ୍କୁ ଆସନରୁ ହଟାଇ ଦିଆଯାଏ ତେବେ ସେମାନେ ତାଙ୍କ ଶାସନ ଭାରକୁ ଆଉ କାହାକୁ ସମର୍ପି ଦେଇଥାଆନ୍ତି। ଅର୍ଥାତ୍‌ ଯଦି କିମ୍‌ କୋମାରେ ନ ଥାଆନ୍ତେ ତେବେ ସେ ତାଙ୍କ ଭଉଣୀଙ୍କୁ କୌଣସି ଦାୟିତ୍ୱ ଦେଇ ନ ଥାଆନ୍ତେ। ତେବେ କିମ୍‌ କୋମାରେ ଥିବା ଖବର ସେ ଚାଇନାଠାରୁ ପାଇଛନ୍ତି ବୋଲି କହିଛନ୍ତି। କିଛିଦିନ ପୂର୍ବରୁ ଉତ୍ତର କୋରିଆର ନ୍ୟାଶନାଲ ଇଣ୍ଟଲିଜେନ୍ସ ସର୍ଭିସ(ଏନ୍‌ଆଇଏସ୍‌) ଘୋଷଣା କରିଥିଲା କି କିମ୍‌ ଜୋଙ୍ଗ ଉନ୍‌ ତାଙ୍କର ସମସ୍ତ ଅଧିକାର ଜଣେ ଭରସାଯୋଗ୍ୟ ସହଯୋଗୀଙ୍କୁ ଦେବାକୁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Sunita Williams Returns: ସମୁଦ୍ରରେ ଖସିଯିବେ ସୁନୀତା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ବାହାରି ଯାଇଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି...

କିଛି ଛାଡିଲେନି, ଚାଇନା କଲ ସେଣ୍ଟରରୁ ଲୁଟିନେଲେ ପାକିସ୍ତାନୀ

ଇସଲାମାବାଦ,୧୮।୩: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ ସେଣ୍ଟର ଚାଲିଥିଲା। ପାକିସ୍ତାନୀ ଅଧିକାରୀମାନେ ଏହା ବିଷୟରେ ଜାଣିବାକୁ ପାଇଲେ। ଏହା ପରେ, ପାକିସ୍ତାନର ଫେଡେରାଲ...

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ପର୍ଦ୍ଦାଫାସ କଲେ ତୁଳସୀ, ରାଗିଗଲେ ୟୁନୁସ ସରକାର

ଢାକା,୧୮।୩: ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡଙ୍କ ମନ୍ତବ୍ୟକୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତ୍ୟାଖ୍ୟାନ କରିଛି।...

ସୁନୀତାଙ୍କ ଲ୍ୟାଣ୍ଡିଂ ସମୟରେ ବଡ଼ ବିପଦ, ପୃଥିବୀର ନିକଟତର ହେଲେ ଭସ୍ମ ହୋଇଯିବ ସ୍ପେସକ୍ରାଫ୍ଟ!

ନୂଆଦିଲ୍ଲୀ,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ନେଇ ମହାକାଶଯାନ ପୃଥିବୀ ଅଭିମୁଖେ ଯାତ୍ରା କରିଛି। କିନ୍ତୁ ସୁନୀତାଙ୍କ ଅବତରଣ ସହଜ ହେବ ନାହିଁ ବୋଲି ମଧ୍ୟ...

ମହାକାଶରୁ ଫେରିବା ପରେ ଶିଶୁଙ୍କ ପରି କାହିଁକି ଚାଲନ୍ତି ମହାକାଶଚାରୀ, କାରଣ ଜାଣିଲେ ତାଜୁବ ହେବେ

ଆମେରିକୀୟ ମହାକାଶ ସଂସ୍ଥା ନାସା କହିଛି ଯେ ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିଥିବା ସୁନୀତା ୱିଲିୟମ୍ସ ଏବଂ...

Sunita Williams Return: ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଲାଇଭ ଷ୍ଟ୍ରିମିଂ କେବେ ଏବଂ କେଉଁଠି ଦେଖିପାରିବେ; ଜାଣନ୍ତୁ

ଓ୍ବାଶିଂଟନ୍‌,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶରେ ୯ ମାସ ବିତାଇବା ପରେ ଶେଷରେ ପୃଥିବୀକୁ ଫେରିବାକୁ...

“ଭାରତରେ ଆପଣଙ୍କୁ ଦେଖିବାକୁ ଅପେକ୍ଷା କରୁଛି”: ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଚିଠି ଲେଖିଛନ୍ତି। ସୁନୀତା ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରୁ...

ମହାକାଶରେ କାହିଁକି କେଶ ଖୋଲା ରଖନ୍ତି ସୁନିତା, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଓ୍ବାଶିଂଟନ,୧୮।୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ବୁଧବାର ସାରେ ପୃଥିବୀକୁ ଫେରିବେ। ଏହି ଦୁଇଜଣ ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image