କୋମାରେ କିମ୍‌!

ପ୍ୟୋଙ୍ଗୟାଙ୍ଗ,୨୪।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ କୋମାରେ ଥିବା ଚର୍ଚ୍ଚା ହେଉଛି। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ କିମ ଦା ଜଙ୍ଗଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସୋଙ୍ଗ ମିନଙ୍କ ସୂଚନା ଅନୁଯାୟୀ କିମ୍‌ ଏବେ କୋମାରେ ରହିଛନ୍ତି। ସେଥିପାଇଁ ତାଙ୍କ ଭଉଣୀ କିମ ୟୋ ଜଙ୍ଗ ଏବେ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାମଲା ଉପରେ ନଜର ରଖିବେ ବୋଲି କୁହାଯାଉଛି। ସୋସିଆଲ ମିଡିଆ ମାଧ୍ୟମରେ ଚାଙ୍ଗ କହିଛନ୍ତି ଉତ୍ତର କୋରିଆର କୌଣସି ନେତା ସହଜରେ ସେମାନଙ୍କ ଅଧିକାର କାହାକୁ ଦେଇ ନ ଥିବା ଇତିହାସ ରହିଛି। ଯଦି ସେମାନେ ରୋଗଗ୍ରସ୍ତ ହୁଅନ୍ତି ଅବା ତାଙ୍କୁ ଆସନରୁ ହଟାଇ ଦିଆଯାଏ ତେବେ ସେମାନେ ତାଙ୍କ ଶାସନ ଭାରକୁ ଆଉ କାହାକୁ ସମର୍ପି ଦେଇଥାଆନ୍ତି। ଅର୍ଥାତ୍‌ ଯଦି କିମ୍‌ କୋମାରେ ନ ଥାଆନ୍ତେ ତେବେ ସେ ତାଙ୍କ ଭଉଣୀଙ୍କୁ କୌଣସି ଦାୟିତ୍ୱ ଦେଇ ନ ଥାଆନ୍ତେ। ତେବେ କିମ୍‌ କୋମାରେ ଥିବା ଖବର ସେ ଚାଇନାଠାରୁ ପାଇଛନ୍ତି ବୋଲି କହିଛନ୍ତି। କିଛିଦିନ ପୂର୍ବରୁ ଉତ୍ତର କୋରିଆର ନ୍ୟାଶନାଲ ଇଣ୍ଟଲିଜେନ୍ସ ସର୍ଭିସ(ଏନ୍‌ଆଇଏସ୍‌) ଘୋଷଣା କରିଥିଲା କି କିମ୍‌ ଜୋଙ୍ଗ ଉନ୍‌ ତାଙ୍କର ସମସ୍ତ ଅଧିକାର ଜଣେ ଭରସାଯୋଗ୍ୟ ସହଯୋଗୀଙ୍କୁ ଦେବାକୁ ସ୍ଥିର କରିଛନ୍ତି।

Share