Categories: ଜାତୀୟ

ଟ୍ରେନ୍‌ରେ ବେବି ବର୍ଥ

ଲକ୍ଷ୍ନୌ,୧୧।୫: ଭାରତୀୟ ରେଳ ପକ୍ଷରୁ ମହିଳା ଯାତ୍ରୀଙ୍କ ପାଇଁ ଏକ ନୂତନ ବ୍ୟବସ୍ଥା କରାଯାଇଛି। ଛୋଟପିଲାଙ୍କୁ ଧରି ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏହି ସୁବିଧା ଉଦ୍ଦିଷ୍ଟ। କିଛି ସ୍ବତନ୍ତ୍ର ଟ୍ରେନ୍‌ରେ ‘ବେବି ବର୍ଥ’ ବେଡ୍‌ ସୁବିଧା ହୋଇଛି। ଏହି ସୁବିଧା ଦ୍ୱାରା ଯାତ୍ରୀ ଉପକୃତ ହେଲେ ପ୍ରତ୍ୟେକ ଟ୍ରେନ୍‌ରେ ଏହି ବ୍ୟବସ୍ଥା କରାଯିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅନ୍ତର୍ଜାତୀୟ ମାତୃ ଦିବସ ଅବସରରେ ଲକ୍ଷ୍ନୌ ଡିଭିଜନ୍‌ ଉତ୍ତରାଞ୍ଚଳ ରେଲ୍‌ଓ୍ବେ ପକ୍ଷରୁ ଏହି ସୁବିଧା ଆରମ୍ଭ ହୋଇଛି। ଲକ୍ଷ୍ନୌ ଓ ଦିଲ୍ଲୀ ଡିଭିଜନ୍‌ର ମିଳିତ ଉଦ୍ୟମରେ ବେବି ବର୍ଥ ସିଟ୍‌କୁ ତିଆରି କରାଯାଇଥିବା ବେଳେ ଲକ୍ଷ୍ନୌ ମେଲ୍‌ର ବର୍ଥ ନମ୍ବର ୧୨ ଏବଂ ୬୦ରେ ବେବି ବର୍ଥ ଲଗାଯାଇଛି। ଟ୍ରେନ୍‌ର ଲୋୟର ସିଟ୍‌ରେ ଖଞ୍ଜାଯାଇଥିବା ବେବି ବର୍ଥଗୁଡ଼ିକ ଫୋଲ୍ଡେବଲ ହୋଇଥିବା ବେଳେ ଏଥିରେ ଏକ ଷ୍ଟପର ଲଗାଯାଇଛି। ଏହାଦ୍ୱାରା ପିଲା ପଡ଼ିିବା ଆଶଙ୍କା କମିବା ସହ ସୁରକ୍ଷିତ ଭାବେ ସିଟ୍‌ରେ ରହିପାରିବ।

Share