ଢେଙ୍କାନାଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର

ଢେଙ୍କାନାଳ ଅଫିସ,୨୯ା୯: ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆରଡିସି) ଡ. ସୁରେଶ ଚନ୍ଦ୍ର ଦଳେଇ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗ ଓ ଓ୍ବାର୍ଡ ପରିଦର୍ଶନ କରିବା ସହ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଚିକିତ୍ସାଳୟରେ ବହୁ ଜରୁରୀ ଔଷଧ ମିଳୁ ନ ଥିବା ବେଳେ ଡାକ୍ତର ଅଭାବ ସମ୍ପର୍କରେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ନିକଟରେ ନୂତନ ଡାକ୍ତର ପଦବୀ ପାଇଁ ପରୀକ୍ଷା ଓ ପରେ ନିଯୁକ୍ତି ପ୍ରକ୍ରିୟା ହେବ। ନିଯୁକ୍ତି ପରେ ସମସ୍ୟା ସମାଧାନ ହେବ ବୋଲି କମିଶନ କହିଛନ୍ତି।

Share