ନର୍‌ଓ୍ବେ ନାଇଟ୍‌ କ୍ଲବରେ ଗୁଳିମାଡ଼: ୨ମୃତ, ୧୦ ଆହତ

ଓସଲୋ,୨୫।୬: ନରୱେ ରାଜଧାନୀ ଓସଲୋରେ ଏକ ଗେ’ ବାରରେ ଶନିବାର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୫ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ‘ଲଣ୍ଡନ’ ଗେ ବାର ନାଇଟ କ୍ଲବର ଭିତରେ ଓ ବାହାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ହଠାତ୍‌ ଆସି ଆଖିବୁଜା ଗୁଳିମାଡ଼ କରିଥିଲେ। ଜଣେ ବନ୍ଧୁକଧାରୀ ହଠାତ୍‌ ଏକ ବ୍ୟାଗ୍‌ ଧରି ବାର ନିକଟରେ ପହଞ୍ଚିଥିଲେ। ଏହାପରେ ହଠାତ୍‌ ସେ ବନ୍ଧୁକ ବାହାର କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏଥିସହ ନରଓ୍ବେ ପୋଲିସ ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

 

Share