ସାହିତ୍ୟ ପାଇଁ ଜନ ଫୋସେଙ୍କୁ ନୋବେଲ

ଷ୍ଟକହୋମ,୫।୧୦: ସାହିତ୍ୟ ପାଇଁ ୨୦୨୩ର ନୋବେଲ ପୁରସ୍କାର ଘୋଷଣା ହୋଇଛି। ନରଓ୍ବେ ଲେଖକ ଫୋସେଙ୍କୁ ତାଙ୍କ ନାଟକ ଓ ଗଦ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷର ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଜନ ଫୋସେ ଉପନ୍ୟାସକୁ ଏକ ଏମିତି ଶୈଳୀରେ ଲେଖିଥିଲେ ଯାହା ‘ଫୋସ ମିନିମାଲିଜିମ’ ନାମରେ ପରିଚିତ ହୋଇଥିଲା। ଏହା ତାଙ୍କର ଦ୍ୱିତୀୟ ଉପନ୍ୟାସ ‘ଷ୍ଟାଙ୍ଗେଡ ଗିଟାର୍‌’ (୧୯୮୫) ରେ ଦେଖିବାକୁ ମିଳେ।
ସୂଚନାଯୋଗ୍ୟ, ୨୦୨୨ ବର୍ଷ ପାଇଁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଫରାସୀ ଲେଖକ ଆନି ଏର୍ନାକ୍ସଙ୍କୁ ଦିଆଯାଇଥିଲା। ଆନି ୧ ସେପ୍ଟେମ୍ବର ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଫରାସୀ ଲେଖକ ତଥା ସାହିତ୍ୟ ପ୍ରଫେସର। ତାଙ୍କର ସାହିତି୍ୟକ କାର୍ଯ୍ୟ ପ୍ରାୟତଃ ଆତ୍ମଜୀବନୀ ଏବଂ ସମାଜବିଜ୍ଞାନ ଉପରେ ଆଧାରିତ।

Share