ଭୟଙ୍କର ଭବିଷ୍ୟବାଣୀ କଲେ ନାଷ୍ଟ୍ରେଦମସ, ୨୦୨୫ରେ ବ୍ରହ୍ମାଣ୍ଡରୁ ମାଡି ଆସିବ ଅଗ୍ନିପିଣ୍ଡ, ପୁଣି ଆସିବ କରୋନା ଠାରୁ ବଡ଼ ମହାମାରୀ…

ନୂଆଦିଲ୍ଲୀ,୧୧।୧୨: ଷୋଡଶ ଶତାବ୍ଦୀର ଫରାସୀ ଭବିଷ୍ୟବକ୍ତା ନାଷ୍ଟ୍ରେଦମସଙ୍କ ଅନେକ ଭବିଷ୍ୟବାଣୀ ସଠିକ ପ୍ରମାଣିତ ହୋଇଛି। ୨୦୨୪ ପାଇଁ ସେ କରିଥିବା ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିବାବେଳେ ଏବେ ୨୦୨୫ ପାଇଁ କରିଥିବା ଭବିଷ୍ୟବାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଆଗାମୀ ବର୍ଷ ପାଇଁ କିଛି ଏପରି ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି ଯାହାକୁ ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି।

ନାଷ୍ଟ୍ରେଦମସ ୨୦୨୪ ପାଇଁ ପୂର୍ବାନୁମାନ କରିଥିଲେ ଯେ ଚଳିତ ବର୍ଷ ମାଳଦ୍ୱୀପ ସହ ବିବାଦ ଜାରି ରହିବ। ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଉଗ୍ରରୂପ ଧାରଣ କରିବ। କିନ୍ତୁ ସେ କହିଛନ୍ତି ୨୦୨୫ରେ ଏହି ଯୁଦ୍ଧର ସମାଧାନାର ରାସ୍ତା ବାହାରିବ। ସେ ଦାବି କରିଛନ୍ତି ଯେ, ଆଗାମୀ ବର୍ଷ ଏକ ବିରାଟ ଗ୍ରହ ପୃଥିବୀ ସହିତ ଭୟଙ୍କର ଭାବେ ଧକ୍କା ହେବ। ବ୍ରହ୍ମାଣ୍ଡରୁ ଏକ ଅଗ୍ନିପିଣ୍ଡ ସୃଷ୍ଟି ହେବ, ଯାହା ପୃଥିବୀ ପାଇଁ ଶୁଭଙ୍କର ନୁହେଁ। ସେହିପରି ଦକ୍ଷିଣ ଆମେରିକୀୟ ଦେଶରେ ବନ୍ୟା ପରିସ୍ଥିତି ଏବଂ ଜଳବାୟୁ ପରିବର୍ତ୍ତନ ସହିତ ଜଡିତ ବିଭିନ୍ନ ଦୂର୍ବିପାକର ସମ୍ମୁଖୀନ କରିବାକୁ ପଡିବ। ଏହି କାରଣରୁ ସମଗ୍ର ଦେଶ ବୁଡ଼ିଯିବ।

Share