Posted inଫୁରସତ

ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ, ଅକ୍ଟୋବରରେ ଆସିପାରେ ବଡ଼ ବିପର୍ଯ୍ୟୟ

ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ । ୪୫୦ ବର୍ଷ ପୂର୍ବରୁ କରିସାରିଛନ୍ତି ପୂର୍ବାନୁମାନ । ଆଉ ଏହା ଅକ୍ଟୋବରରେ ସତ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି। ଆଗରୁ ଅନେକ ସତ ପ୍ରମାଣିତ ହୋଇଛି । ନାଷ୍ଟ୍ରେଦମସ ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ହତ୍ୟା, କୋରନା ୧୯ ମହାମାରୀର ଆରମ୍ଭକୁ ସଠିକ ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ୨୦୨୪ ପାଇଁ କରିଥିବା ଏକ ବଡ ଭବିଷ୍ୟବାଣୀ ସତ ହୋଇଛି । ଯାହାପରେ ଅନ୍ୟସବୁ ଭବିଷ୍ୟବାଣୀ ସତ ହୋପାରେ ବୋଲି କୁହାଯାଉଛି।

୨୦୨୪ ପାଇଁ ନୋଷ୍ଟ୍ରେଦମସ ତାଙ୍କ ପୁସ୍ତକ ଲେସରେ ଲେଖିଥିଲେ ଯେ ପୃଥିବୀ ଆହୁରି ଶୁଷ୍କ ହୋଇଯିବ। ଯେତେବେଳେ ଏପରି ଘଟିବ, ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ତେବେ ଏହି ଭବିଷ୍ୟବାଣୀର ପ୍ରଭାବ ବର୍ତ୍ତମାନ ଭାରତ ଏବଂ ଚାଇନାରେ ଦେଖିବାକୁ ମିଳୁଛି । ଯେଉଁଠାରେ ଭୀଷଣ ଗରମ ପରେ ପ୍ରବଳ ବନ୍ୟା ହୋଇଛି । ଆଉ ଏହି କାରଣରୁ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବର୍ଷା ଦିନରେ ପ୍ରବଳ ଗରମ ଅନୁଭୂତ ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏସିଆରେ ବିଷମ ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫସଲ ଏବଂ ଘର ନଷ୍ଟ ହୋଇଯାଉଛି । କେରଳର ୱାୟାନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କର ଏଯାଏଁ ପତ୍ତା ମିଳିନାହିଁ। ଏଥିସହ ସୁନାମୀ ଯୋଗୁଁ ଫିଲିପାଇନ୍ସରେ ୩୦ରୁ ଅଧିକ ଏବଂ ତାଇଓ୍ବାନରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚାଇନାରେ ମଧ୍ୟ ତାଣ୍ଡବ ରଚିଛି ବନ୍ୟା ।

ଯଦି ଆମେ ଅକ୍ଟୋବର ୨୦୨୪ କଥା କହିବା ତେବେ ନାଷ୍ଟ୍ରେଦମସ ନିଜ ଭବିଷ୍ୟବାଣୀରେ ବିଶ୍ୱ ସଙ୍କଟ ବିଷୟରେ ଆହୁରି ବଡ଼ ବଡ଼ କଥା କହିଛନ୍ତି। ବିଶେଷକରି ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ସାମାଜିକ ଅସ୍ଥିରତା ବିଷୟରେ ଉଲ୍ଲେଖ କରିଛନ୍ତି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ପ୍ରକାର ସ୍ଥିତି ସୃଷ୍ଟି ହେଉଛି ତାହାକୁ ମଧ୍ୟ ଅସ୍ବୀକାର କରାଯାଇପାରିବନି । ଯୁଦ୍ଧ ବ୍ୟତୀତ ନାଷ୍ଟ୍ରେଦମସ ମଧ୍ୟ ରାଜନୈତିକ ଅସ୍ଥିରତାର ପୂର୍ବାନୁମାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ଦେଶର ସୁନାଝିଅଙ୍କ ବିଷୟରେ

ଅବନୀ ଲେଖ୍‌ରା। ୧୨ ବର୍ଷର ହୋଇଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ପାରାଲିସିସ୍‌ ହୋଇଯାଏ। ଫଳରେ ତାଙ୍କୁ ହ୍ବିଲ ଚେୟାରର ସାହାରା ନେବାକୁ ପଡିଲା। ତାଙ୍କର ଦୁନିଆ...

ଏତେ ଲମ୍ବା କେଶ, ଶୁଖିବାକୁ ଲାଗେ…

ଫ୍ଲୋରିଡା, କ୍ଲେରମୋଣ୍ଟର ଆଶା ମଣ୍ଡେଲା ଏମିତି ଏକ ରେକର୍ଡ କରିଛନ୍ତି ଯାହାକୁ ଆଜିଯାଏ କେହି ଭାଙ୍ଗି ପାରୁନାହାନ୍ତି। ତାହା ହେଉଛି ସବୁଠୁ ଲମ୍ବା କେଶର ରେକର୍ଡ।...

ପ୍ରଥମ ଦରମାରେ ଭାଇଭଉଣୀଙ୍କ ପଢ଼ାଖର୍ଚ୍ଚ ତୁଲାଇଥିଲି

ବାପା ମା’ଙ୍କର ମୁଁ ଥିଲି ସବୁଠାରୁ ବଡ଼ପୁଅ। ମୋ ତଳେ ଆହୁରି ଚାରି ଭାଇ ଓ ଦୁଇ ଭଉଣୀ, ମାନେ ଆମେ ସାତ ଭାଇଭଉଣୀ। ବଡ଼...

ବୁଲଡୋଜର-ଜେସିବି ମଧ୍ୟରେ ତଫାତ ଜାଣନ୍ତି କି? ଉତ୍ତର ନା ହୋଇଥିଲେ ଜାଣି ନିଅନ୍ତୁ…

ଆପଣ ନିଶ୍ଚିତ ଭାବେ ମାଟି ଖୋଳୁଥିବା ବେଳେ ଜେସିବି ନଚେତ ବୁଲଡୋଜରକୁ ଦେଖିଥିବେ। ହେଲେ କ’ଣ ଆପଣ ଉଭୟଙ୍କ ମଧ୍ୟରେ ଫରକ କ’ଣ ଜାଣନ୍ତି କି?...

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

୧୦ ଟଙ୍କାର ବେଲୁନ ବି ନେଇପାରେ ଜୀବନ!

ପ୍ରୟାଗରାଜ,୪।୧୦: ପ୍ରୟାଗରାଜର ସରାଇ ଇନାୟତ ପୋଲିସ ଷ୍ଟେଶନ ଅଞ୍ଚଳର ଫତୁହାଁ ଗ୍ରାମରେ ଏକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ଲୋକମାନେ କେବଳ ଆଶ୍ଚର୍ଯ୍ୟ ହୋଇନାହାଁନ୍ତି,...

‘ଶିକ୍ଷାକ୍ଷେତ୍ରରେ ଶିକ୍ଷକମାନଙ୍କ ଭୂମିକା ଅତୁଳନୀୟ’

ଭାରତରେ ପ୍ରତିବର୍ଷ ୫ ସେପ୍ଟେମ୍ବରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ବା ଶିକ୍ଷକ ଦିବସ ଭାବେ ପାଳନ କରାଯାଉଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷକ ଦିବସ ପ୍ରତିବର୍ଷ...

ଏମିତି ଏକ ଗାଁ ଯେଉଁଠି କାହାରି ଘରେ ହୁଏ ନାହିଁ ରୋଷେଇ

ଗାନ୍ଧିନଗର: ଗୁଜୁରାଟରେ ଦେଶର ଏକ ଅନନ୍ୟ ଗ୍ରାମ ଅଛି। ଏହି ଗାଁର କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ। ବିଶେଷ କଥା ହେଉଛି ଏହି ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri