୫ ଷ୍ଟାର୍‌ ହୋଟେଲରେ ନୁହଁ,ବରଂ ୧୭୬ ବର୍ଷ ପୁରୁଣା ମିଲ୍‌ରେ ହେବ ରିସେପ୍ସନ୍‌

ଆଉ କିଛି ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ ଅଭିନେତା ଅଲି ଫାଜଲ ଏବଂ ରିଚା ଚଢା। ଉଭୟଙ୍କ ବିବାହ ଯେତେ ପାଖେଇ ଆସୁଛି ପ୍ରଶଂସକଙ୍କ ଉତ୍ସାହ ସେତେ ବଢିବାରେ ଲାଗିଛି। ଦୁହିଁଙ୍କର ବିବାହ ସମ୍ପର୍କିତ ଖବର ଜାଣିବା ପାଇଁ
ପ୍ରଶଂସକ ଚାହିଁରହିଛନ୍ତି। ଦିଲ୍ଲୀର ୧୧୦ ବର୍ଷ ପୁରୁଣା ସ୍ଥାନରେ ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ରିସେପ୍ସନ ଭେନ୍ୟୁ ସାମ୍ନାକୁ ଆସିଛି। ଏହି ଲଭ୍‌ବାର୍ଡ କୌଣସି ୫ ଷ୍ଟାର୍‌ ହୋଟେଲରେ ନୁହେଁ ବରଂ ଏକ ୧୭୬ ବର୍ଷ ପୁରୁଣା ମିଲ୍‌ରେ ସେମାନଙ୍କର ରିସେପ୍ସନ୍‌ ହେବ। ଯାହା ଏକ ବିଳାସପୂର୍ଣ୍ଣ ସ୍ଥାନରେ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ସେମାନଙ୍କ ବାହାଘର କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share