Categories: ଫୁରସତ

ଚଢ଼େଇ ନୁହେଁ ଫୁଲ

ଏହି ଫଟୋକୁ ଦେଖିଲେ ଲାଗୁଛି ସତେ ଯେମିତି ସୁନ୍ଦର ଧଳା ଚଢ଼େଇଟି ଡେଣା ମେଲି ଉଡୁଛି। କିନ୍ତୁ ପ୍ରକୃତରେ ଏହା ଚଢ଼େଇ ନୁହେଁ ବରଂ ଏକ ଫୁଲ। ଏହାର ବୈଜ୍ଞାନିକ ନାମ ହେଉଛି ହାବେନାରିଆ ରେଡିଏଟା। ହେଲେ ଏହା ଡୋଭ୍‌ ଫ୍ଲାୱାର୍‌ ବା ଇଗ୍ରେଟ୍‌ ଫ୍ଲାୱାର ନାମରେ ବେଶି ପରିଚିତ। କାରଣ ଏହି ଫୁଲ ଦେଖିବାକୁ ଡୋଭ୍‌ ବା କପୋତ ଅବା ଇଗ୍ରେଟ୍‌ ନାମକ ଏକ ଚଢ଼େଇ ପରି । ଏହା ସାଧାରଣତଃ ରୁଷିଆ, କୋରିଆ, ଚାଇନା ଓ ଜାପାନର ଓଦାଳିଆ ସ୍ଥାନରେ ଦେଖିବାକୁ ମିଳେ। ଏହାର ବିଶେଷ ଯତ୍ନ ନେବାକୁ ପଡ଼ି ନ ଥାଏ। ବସନ୍ତ ଋତୁରେ ଏହି ଗଛ ଧୀରେ ଧୀରେ ବଢ଼େ ଓ ଖରାଦିନେ ଏଥିରେ କପୋତ ଡେଣା ମେଲି ଉଡିଲା ପରି ଫୁଲ ହୁଏ। ଗୋଟିଏ ଗଛରେ ଅତିବେଶିରେ ୮ଟି ଫୁଲ ହୁଏ। ହେଲେ ସମସ୍ତଙ୍କ ମନ ମୋହି ନିଏ ଏହାର ରୂପ।

Share