Categories: ଫୁରସତ

ଧୂଳିକଣା ନୁହେଁ, ଇଏ ହ୍ୟାଣ୍ଡବ୍ୟାଗ୍‌

ମହିଳାଙ୍କ ପାଇଁ ତାଙ୍କ ହ୍ୟାଣ୍ଡବ୍ୟାଗ୍‌ ତାଙ୍କ ଦୁନିଆ। ତା’ ଭିତରେ ମେକ୍‌ଅପ୍‌ ସାମଗ୍ରୀଠୁ ଆରମ୍ଭ କରି ଯେତେ ସବୁ ଆବଶ୍ୟକୀୟ ଜିନିଷ ସେମାନେ ରଖିଥାନ୍ତି। ସେଥିପାଇଁ ତ ପ୍ରାୟ ମହିଳା ବଡ଼ ହ୍ୟାଣ୍ଡବ୍ୟାଗ୍‌ ଧରିବାକୁ ପସନ୍ଦ କରନ୍ତି। ତେବେ ଲୁଇସ ଭିଟୋନ୍‌ କମ୍ପାନୀ ତିଆରି କରିଛି ଏମିତି ଏକ ବ୍ୟାଗ୍‌ ଯାହା ଏତେ ଛୋଟ ଯେ, ତାକୁ ଖାଲି ଆଖିରେ ଦେଖିବା ବି ଅସମ୍ଭବ। ବିଶ୍ୱାସ ନ ଲାଗିଲେ ବି ଏହା ସତ। ନିଓନ ଗ୍ରୀନ କଲର୍‌ର ଉକ୍ତ ହ୍ୟାଣ୍ଡବ୍ୟାଗ୍‌କୁ ଦେଖିବାକୁ ହେଲେ ମାଇକ୍ରୋସ୍କୋପ୍‌ ଆବଶ୍ୟକ। କାରଣ ଏହାର ଆକାର ଏକ ଧୂଳିକଣା ସହ ସମାନ। ଏହାକୁ ପ୍ୟାରିସ୍‌ ଫ୍ୟାଶନ୍‌ ଉଇକ୍‌ରେ ନିଲାମ୍‌ ପାଇଁ ରଖାଯିବ। ଦେଖାଯାଉ ଏତେ ଛୋଟ ହ୍ୟାଣ୍ଡବ୍ୟାଗ୍‌୍‌କୁ କିଏ କେତେ ଟଙ୍କାରେ ନେଉଛନ୍ତି।

Share