Categories: ଫୁରସତ

ମଡେଲ ନୁହନ୍ତି, ଇଲେକ୍ଟ୍ରିସିଆନ୍‌

ଗ୍ଲାସ୍‌ଗୋ: ସମାଜରେ ଏପରି କିଛି ବୃତ୍ତି ରହିଛି, ଯାହା ମହିଳାମାନଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ବିବେଚନା କରାଯାଇଥାଏ। ଜଣେ ବିଜୁଳି ମସ୍ତ୍ରି ବା ଇଲେକ୍ଟ୍ରିସିଆନ୍‌ଙ୍କର ବୃତ୍ତି ଏଥିରେ ଅନ୍ୟତମ। ଏହି ବୃତ୍ତିରେ ଶାରୀରିକ ପରିଶ୍ରମ ସହ ବିଭିନ୍ନ ପ୍ରକାରର ବୈଦ୍ୟୁତିକ ଉପକରଣଗୁଡିକୁ ପରିଚାଳନା କରିବାକୁ ପଡ଼ିଥାଏ ଏବଂ ସମୟ ସମୟରେ ବିଦ୍ୟୁତ୍‌ କରେଣ୍ଟ ଖାଇବାକୁ ମଧ୍ୟ ପଡ଼େ। ତେଣୁ ମହିଳାମାନେ ଏତେ ଯନ୍ତ୍ରଣା ସହି ଇଲେକ୍ଟ୍ରିସିଆନ୍‌ଙ୍କ କାମ କରିପାରିବେ ନାହିଁ ବୋଲି ଅନେକଙ୍କର ବିଶ୍ୱାସ ରହିଛି। ତେବେ ସ୍କଟ୍‌ଲାଣ୍ଡର ରାଜଧାନୀ ଗ୍ଲାସ୍‌ଗୋରେ ରହୁଥିବା ଡିୟୋନ ଗିବ୍‌ସନ୍‌ ନାମ୍ନୀ ଜଣେ ୨୨ ବର୍ଷୀୟା ଯୁବତୀ ଲୋକଙ୍କର ଏହି ମତକୁ ଭୁଲ୍‌ ପ୍ରମାଣିତ କରିଛନ୍ତି।
ଦ୍ରିପୋର୍ଟ ଅନୁଯାୟୀ, ଡିୟୋନ(୨୨) ନାମ୍ନୀ ଜଣେ ଯୁବତୀ ମାତ୍ର ୧୭ ବର୍ଷ ବୟସରୁ ଇଲେକ୍ଟ୍ରିସିଆନ୍‌ ହେବା ପାଇଁ ପାଠ୍ୟକ୍ରମ ଆରମ୍ଭ କରିଥିଲେ। ଯେତେବେଳେ ସେ ତାଙ୍କ ଶିକ୍ଷା ଶେଷ କରି ଏକ କମ୍ପାନୀରେ ନିଯୁକ୍ତି ପାଇଲେ, ସେତେବେଳେ ସେଠାରେ କାର୍ଯ୍ୟରତ ୧୦୦ ଜଣ କର୍ମଚାରୀଙ୍କ ମଧ୍ୟରୁ ଡିୟୋନ ଏକମାତ୍ର ମହିଳା ଥିଲେ। ଏନେଇ ଡିୟୋନ କୁହନ୍ତି, ବିଜୁଳି ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିବାବେଳେ ଅନ୍ୟ ପୁରୁଷ କର୍ମଚାରୀ ତଥା ଗ୍ରାହକ ତାଙ୍କ ସୌନ୍ଦର୍ଯ୍ୟ ଦେଖି ଅଭିଭୂତ ହୋଇଥାନ୍ତି ଏବଂ ତାଙ୍କୁ ତାଙ୍କ କାମ କରିବାକୁ ବାରଣ କରନ୍ତି।
ଅଲାଗା ସମୟରେ ଅନେକେ ତାଙ୍କୁ ଜଣେ ମଡେଲ ବୋଲି ଭାବିଥାନ୍ତି। ସେ ଏକ ପୁରୁଷ ପ୍ରାଧାନ୍ୟ ବୃତ୍ତିରେ କାର୍ଯ୍ୟ କରୁଛନ୍ତି। ତେଣୁ ଅନେକ ସମୟରେ ତାଙ୍କ ଦ୍ୱାରା କାମ ହେବ ନାହିଁ ବୋଲି ବହୁ ଲୋକେ ଅନୁମାନ କରିଥାନ୍ତି।

Share