ଲୁଟେରା ନୁହେଁ, ସ୍ବାମୀ ହତ୍ୟାକାରୀ: ପରକୀୟା ପ୍ରୀତି ହେଲା କାଳ

ବଣାଇଁ,୧୪ା୧୨(ପ୍ରଦୀପ ତ୍ରିପାଠୀ):ଲୁଟ୍‌ ନୁହେଁ ବରଂ ପରକୀୟାପ୍ରୀତି ଯୋଗୁ ୭ମାସର ଗର୍ଭବତୀ ସ୍ତ୍ରୀଙ୍କୁ ସ୍ବାମୀ ଗୁଳିକରି ହତ୍ୟା କରିଛନ୍ତି। ଆଉ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ଭିଣୋଇ। ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲୀ ଗ୍ରାମରେ ସାମ୍ୟମୟୀ ହତ୍ୟାକାଣ୍ଡରେ ପୋଲିସ ଉଭୟ ସ୍ବାମୀ ଦେବେନ ବେହେରା ଓ ତାଙ୍କ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି। ସତ୍ୟନାରାୟଣ ରାଉରକେଲା ପୋଲିସ ଜିଲାର ଉଦିତନଗର କୋର୍ଟର ଏଏସ୍‌ଆଇ ଅଛନ୍ତି। ଶନିବାର ଉଭୟଙ୍କୁ କୋର୍ଟଚାଲାଣ କରାଯିବ। ସ୍ତ୍ରୀହନ୍ତା ସ୍ବାମୀ ପୋଲିସ ଆଗରେ ସବୁ ସତ ବଖାଣିବା ସହ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲେ। ଅଭିଯୁକ୍ତଙ୍କ ବୟାନ କ୍ରମେ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲକୁ ପୋଲିସ ଜବତ କରିଛି। ପରକୀୟା ପ୍ରୀତିଯୋଗୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଦେବେନ ସ୍ବୀକାର କରିଥିବା ରାଉରକେଲାରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ନୀତେଶ ଓ୍ବାଧଓ୍ବାନୀ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଦେବେନଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ସାମ୍ୟମୟୀଙ୍କୁ ରାସ୍ତାରୁ ହଟାଇ ପ୍ରେମିକାଙ୍କ ସହ ଘର ସଂସାର କରିବାକୁ ସେ ଭାବିଥିଲେ। ଏଥିରେ ଦେବେନଙ୍କୁ ତାଙ୍କ ଭିଣୋଇ ସତ୍ୟନାରାୟଣ ସହଯୋଗ କରିଥିଲେ। ପୂର୍ବଯୋଜନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଦେବେନ ସ୍ତ୍ରୀ ସାମ୍ୟମୟୀଙ୍କୁ ଗୁଳିକରି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଲୁଟ୍‌ କରିବାକୁ ଆସି ଗୁଳି କରିଥିବା ପ୍ରଚାର କରିଥିଲେ। ରାଉରକେଲା ଏସ୍‌ପି ନୀତେଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି ତଦନ୍ତରେ ଉଭୟ ଟିକାୟତପାଲି ଓ ବଣାଇ ପୋଲିସ ସମସ୍ତ ପ୍ରକାର ତଦନ୍ତ କରୁଛନ୍ତି। ଟିକାୟତପାଲି ଥାନା ପୋଲିସ ଏକ ହତ୍ୟା ମାମଲା ( ନଂ. ୮୭/୨୦୨୪) ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଏଥିସହ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଦେବେନଙ୍କ ଘରୁ ପୋଲିସ ଜବତ କରିଛି।
ପ୍ରକାଶ ଯେ, ୨୦୨୪ ଫେବୃଆରୀ ୭ରେ ଅନୁଗୋଳ ଛେଣ୍ଡିପଦାର ପୀତାମ୍ବର ବେହେରାଙ୍କ ଝିଅ ସାମ୍ୟମୟୀଙ୍କର ଦେବେନଙ୍କ ସହ ବିବାହ ହୋଇଥିଲା। ସେ ୭ମାସ ଗର୍ଭବତୀ ଥିବାବେଳେ ସ୍ବାମୀ ଦେବେନ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ସ୍ତ୍ରୀଙ୍କୁ ହଟାଇ ଦେବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିଲେ। ଘଟଣାରେ ଯେପରି ଧରା ନ ପଡ଼ିବେ ସେଥିପାଇଁ ଉଭୟେ ଦେବେନ ଏବଂ ତାଙ୍କ ଭିଣୋଇ ସତ୍ୟନାରାୟଣ ଏକ ନାଟକ ରଚିଥିଲେ। ବୁଧବାର ବିଳମ୍ବିତ ରାତିରେ ଦେବେନ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ହେଲେ ଏଥିରୁ ବର୍ତ୍ତିବା ପାଇଁ ସାମ୍ୟମୟୀ ରାତ୍ରିରେ ଶୌଚପାଇଁ ଉଠିଥିବାବେଳେ ଦୁର୍ବୃତ୍ତମାନେ କବାଟ ବାଡ଼େଇଥିଲେ। ସାମ୍ୟମୟୀ ଯେତେବେଳେ କବାଟ ଖୋଲିଥିଲେ ତାଙ୍କ ବେକରୁ ସୁନାଚେନ ଲୁଟ କରିବା ସହ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିବା ଦେବେନ ପୋଲିସ ନିକଟରେ ପ୍ରକାଶ କରିଥିଲେ। ଏପରି କି ସାମ୍ୟମୟୀଙ୍କ ମୃତ୍ୟୁ ଖବରକୁ ଦେବେନ ନିଜେ ନ ଜଣାଇ ତାଙ୍କର ଜଣେ ମାଉସୀ ଫୋନ କରି ପୀତାମ୍ବରଙ୍କୁ ଜଣାଇଥିଲେ। ଜ୍ୱାଇଁ କି ଶାଶୁଶ୍ୱଶୁର କେହି ତାଙ୍କୁ ନ ଜଣାଇବା ଘଟଣାକୁ ଅଧିକ ରହସ୍ୟମୟ କରୁଛି ବୋଲି ପୀତାମ୍ବର ଏତଲାରେ ଦର୍ଶାଇଥିଲେ। ପୋଲିସ ଦେବେନଙ୍କୁ ଅଟକ ରଖି ପଚରାଉଚରା କରିବା ସମୟରେ ସେ ସବୁ ସତ ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀ-ବିଧାୟକ: ରାଜ୍ୟବାସୀଙ୍କ ବିକାଶ ଲାଗି କଲେ ପ୍ରାର୍ଥନା

ପୁରୁଷୋତ୍ତମପୁର,୮।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ଘଟିଛି। ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି...

୫୦୦,୧୦୦୦ କି ୧୨୦୦ ନୁହେଁ ୨୯୦୦ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ ୧୦ଗ୍ରାମ ସୁନା ଦାମ୍‌ କେତେ ହେଲା…

ନୂଆଦିଲ୍ଲୀ,୮।୪:ସୁନା ଉପର ଲାଗିଛି ନଜର। ଯେବେଠାରୁ ଚାଇନା ଆମେରିକା ଉପରେ ଶୁଳ୍କ ଲାଗୁ କରିଛି। ସେବେଠାରୁ, ସୁନା ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି।...

ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଝିଅ ଟିଫାନି ଟ୍ରମ୍ପ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୧ ବର୍ଷୀୟା ଟିଫାନି ଚଳିତ ବର୍ଷ...

ପୁଣି ଟ୍ରେନ୍‌ ଦୁର୍ଘଟଣା: ଦୁଇ ଫାଳ ହୋଇଗଲା ଫାଲକନମା ଏକ୍ସପ୍ରେସ

ବିଶାଖାପାଟଣା,୮।୪: ପୁଣି ଏକ ଟ୍ରେନ୍‌ ଦୁର୍ଘଟଣା ମଙ୍ଗଳବାର ସାମ୍‌ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପାଲାସା ସୁମାଦେବୀ ନିକଟରେ ବିଶାଖାପାଟଣା ଦେଇ ସାଲିମର ଯାଉଥିବା ଫାଲକନମା ଏକ୍ସପ୍ରେସ...

ବିଜେଡି ନେତା ସମ୍ବିତ ରାଉତରାୟଙ୍କ ବଡ଼ ବୟାନ: ପାଣ୍ଡିଆନଙ୍କୁ ଅତୀତ କହି…

ଭୁବନେଶ୍ୱର,୪।୮: ୱାକଫ୍‌ ବିଲ ଭୋଟିଂ ନେଇ ରାଜନୀତି ସରଗରମ  ରହିଥିବା ବେଳେ ନବୀନ ନିବାସରେ ହେବିଓ୍ବେଟଙ୍କୁ ନେଇ ଚାଲିଛି ମାନସ ମନ୍ଥନ। ଏପଟେ  ବଡ଼ ବୟାନ...

ଚାଲିଛି ଓଡ଼ିଆ ପକ୍ଷ: ବିଶ୍ୱବିନାୟକ କଲେଜ ପକ୍ଷରୁ ୩୪ ୟୁନିଟ ରକ୍ତ ସଂଗ୍ରହ

ପାଟଣା,୮।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇ ଟାଙ୍ଗିରୀସ୍ଥିତ ବିଶ୍ୱବିନାୟକ ଡିଗ୍ରୀ କଲେଜ ଯୁବ ରେଡକ୍ରସ ଶାଖା ତରଫରୁ ଓଡ଼ିଆ ପକ୍ଷ ଉପଲକ୍ଷେ ମଙ୍ଗଳବାର...

ମାନସ ମଙ୍ଗରାଜ ଭାଜପାର ଦଲାଲ: ଅଭିଯୋଗକୁ ଖଣ୍ଡନ କରି ନୀଳମାଧବଙ୍କୁ  ଚିହ୍ନିନି କହିଲେ ….

ଭୁବନେଶ୍ୱର,୮।୪: ମାନସ ମଙ୍ଗରାଜଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜୁ ଯୁବ ଜନତା ଦଳ ନେତା ନୀଳ ମାଧବ ମହାନ୍ତି। ତେବେ ଏହି  ଅଭିଯୋଗକୁ  ଖଣ୍ଡନ...

IPL 2025: ଆପିଏଲ୍‌ରେ ସବୁଠୁ ବିପଜ୍ଜନକ ବୋଲର୍‌ କିଏ? ଗେଲ୍‌ ଦେଲେ ଚମକାଇବା ଭଳି ଜବାବ

ନୂଆଦିଲ୍ଲୀ,୮।୪: IPL 2025 ଚାଳିଥିବା ବେେଳେ ବିଶ୍ୱର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ‘ୟୁନିଭର୍ସ ବସ’ ଭାବରେ ଜଣାଶୁଣା ଗେଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image