ଦେଶର ଗୋଟିଏ ବି ଜିଲାରେ ନାହିଁ କରୋନାର ୟେଲୋ ଆଲର୍ଟ

ନୂଆଦିଲ୍ଲୀ,୩ ।୧: ଦେଶର କୌଣସି ଗୋଟିଏ ବି ଜିଲାରେ କରୋନାର ୟେଲୋ ଆଲର୍ଟ ନାହିଁ । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାପ୍ତାହିକ ସମିକ୍ଷା ରିପୋର୍ଟରୁ ଜଣାପଡିଛି କି ସମସ୍ତ ଜିଲାରେ କରୋନା ସଂକ୍ରମଣ ୫ ପ୍ରତିଶତରୁ କମ ରହିଛି । ବର୍ତ୍ତମାନ ରାଷ୍ଟ୍ରୀୟ ସଂକ୍ରମଣ ହାର ୦.୧୯ ପ୍ରତିଶତ ଥବା ବେଳେ ସପ୍ତାହିକ ସଂକ୍ରମଣ ହାର ୦.୧୪ ରହିଛି ।
ସମିକ୍ଷା ବୈଠକରେ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ(ଏନସିଡିସି)ର ଅଧିକାରୀମାନେ କହିଛନ୍ତି ୨୦ରୁ ୨୩ ଡିସେମ୍ବର ମଧ୍ୟରେ ଚାଇନାରେ କରୋନା ସଂକ୍ରମଣ ବଢୁଥିବା ଦେଖି ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ୨୪ରୁ ୩୦ ଡିସେମ୍ବର ମଧ୍ୟରେ ଦେଶର ଜିଲା ଓ ରାଜ୍ୟର ରିପୋର୍ଟରୁ ଜଣାପଡିଥିଲା କି ଦେଶରେ ୫୦୦ରୁ ଅଧିକ ଜିଲାରେ ଜଣେ ବି କରୋନା ସଂକ୍ରମିତ ନାହାନ୍ତି ।

Share