୭ବର୍ଷ ପରେ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନି

ଝାରସୁଗୁଡ଼ା,୭।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି, ହେଲେ ବି ଫଳ ଶୂନ। ନା ଶେଷ ହେଉଛି ପ୍ରକଳ୍ପ, ନା ମିଳୁଛି ସ୍ବଚ୍ଛ ପାଣି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବା ୭ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ଘରେ ପହଞ୍ଚତ୍ ନାହିଁ ପାଣି। ଫଳରେ ଏବେ ଗାଁଠୁ ସହର ସବୁଠି ପାଣି ସମସ୍ୟା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି।
ଝାରସୁଗୁଡା ଜିଲାର ପ୍ରତେକ ଗାଁରେ ଘରକୁ ଘର ଜଳ ଯୋଗାଣ ପାଇଁ ୩ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ସମସ୍ତ ପ୍ରକଳ୍ପର ନିର୍ଦ୍ଧାରିତ ସମୟ ସୀମା ଶେଷ ହୋଇ ସାରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଲଖନପୁର ବ୍ଲକର ୧୭ଟି ପଞ୍ଚାୟତକୁ ଜଳ ଜୀବନ ମିଶନ ଯୋଜନାରେ ମେଗା ପାନୀୟ ଜଳ ଯୋଗାଣ ପାଇଁ ୨୦୧୮ ଜୁନ୍‌ ୨୭ରେ ଚୁକ୍ତିନାମା ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୭ଟି ପଞ୍ଚାୟତର ୬୫ଟି ଗାଁରେ ପାଣି ପହଞ୍ଚତ୍ବ। ଏଥିପାଇଁ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇ ୨୦୨୩ ସେପ୍ଟେମ୍ବର ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଧାର୍ଯ୍ୟ ହୋଇଥିଲା। ସେହିପରି ଲଖନପୁର ବ୍ଲକର ଆଉ ୧୬ଟି ପଞ୍ଚାୟତର ୭୯ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନା ପାଇଁ ୨୦୧୯ ଅଗଷ୍ଟ ୨୧ରେ ଚୁକ୍ତିନାମା ହୋଇଥିଲା। ୧୨୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ୨୦୨୩ ଅଗଷ୍ଟ ସୁଦ୍ଧା ଶେଷ ହେବା ଲକ୍ଷ୍ୟ ଥିଲା। ସେହିପରି ୩୨୭ କୋଟି ଟଙ୍କା ବ୍ୟୟରେ ଜିଲାର ଅନ୍ୟ ୪୨ଟି ପଞ୍ଚାୟତର ୧୯୪ଟି ଗାଁକୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ୨୦୧୯ ଅଗଷ୍ଟ ୨୧ରେ ଚୁକ୍ତିନାମା ହୋଇଥିବା ବେଳେ ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ ହେବାର ଥିଲା। ୩ଟି ପ୍ରକଳ୍ପର ଅବଧି ଶେଷ ହୋଇଥିଲେ ହେଁ ଗୋଟିଏ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ। ବର୍ଷ ପରେ ବର୍ଷ ବିତୁଛି ହେଲେ ଶେଷ ହେଉ ନାହିଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। କେଉଁଠି ପାଇପ ପୋତାଯାଇଛି ତ କେଉଁଠି କେବଳ ଟେପ ସଂଯୋଗ ହୋଇଛି। କେତେକ ଗାଁରେ ଟାଙ୍କି ନିର୍ମାଣ ହୋଇଥିବାବେଳେ କେଉଁଠି ପାଇପ୍‌ ସଂଯୋଗ ପାଇଁ କେବେଳ ଗାତ ଖୋଳି ଛାଡି ଦେଇଛନ୍ତି ଠିକାଦାର। ବର୍ଷ ବର୍ଷ ଧରି ସଂଯୋଗ ହୋଇଥିବା ପାଇପ୍‌ଗୁଡିକରେ କଳଙ୍କି ଲାଗିଲାଣି। ଫଳରେ ଆଜି ବି ଲୋକେ ସ୍ବଚ୍ଛ ପାନୀୟ ଜଳ ନ ପାଇ ହଇରାଣ ହେଉଛନ୍ତି। ସକାଳ ହେଲେ ମହିଳାମାନେ ବାଧ୍ୟ ହୋଇ ଗରା ବାଲ୍ଟି ଧରି ନଳକୂଅକୁ ଯାଉଛନ୍ତି। ତେବେ ଖରା ଦିନେ ନଳ କୂଅଗୁଡିକରୁ ମଧ୍ୟ ପାଣି ଶୁଖିଯାଏ, ଯେଉଁଥି ପାଇଁ ବେଶ ହଇରାଣ ହୁଅନ୍ତି ଝାରସୁଗୁଡା ଜନସାଧାରଣ। ଶୀଘ୍ର ପ୍ରକଳ୍ପ କାମ ଶେଷ କରି ଘରକୁ ଘର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ମହିଳାମାନେ ଦାବି କରିଛନ୍ତି। ଏ ନେଇ ଝାରସୁଗୁଡ଼ା ଜିଲାପାଳ କହିଛନ୍ତି ପ୍ରତି ସପ୍ତାହରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମୀକ୍ଷା କରାଯାଉଛି। ଲଖନପୁର ପ୍ରୋଜେକ୍ଟ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଥିବାବେଳେ ଝାରସୁଗୁଡ଼ା ପ୍ରକଳ୍ପ ମଧ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image