Categories: ଜାତୀୟ

ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ ପରିବର୍ତ୍ତନ ଉଚିତ ନୁହେଁ: ବିଧି ଆୟୋଗ

ନୂଆଦିଲ୍ଲୀ,୨୯।୯: ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମା ହ୍ରାସ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ଲ କମିଶନ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ବୟସସୀମାରେ କୌଣସି ପରିବର୍ତ୍ତନ କରା ନ ଯାଉ। ଶାରିରୀକ ସମ୍ପର୍କ ପାଇଁ ସହମତିର ବୟସକୁ ହ୍ରାସ କରାଯିବା ଉଚିତ ନୁହେଁ। ବୟସ ସୀମା ହ୍ରାସ କଲେ ବାଲ୍ୟ ବିବାହ ଓ ନାବାଳକ ଚାଲାଣ ବିରୋଧୀ କାର୍ଯ୍ୟାଳାପ ଉପରେ କୁ ପ୍ରଭାବ ପଡ଼ିବ ବୋଲି ଲ କମିଶନ ଆଇନ ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତରେ ସହମତିରେ ଶାରିରୀକ ସମ୍ପର୍କ ରଖିବା ବୟସସୀମା ୧୮ ବର୍ଷ ରହିଛି। ଗତ ବର୍ଷ ଡିସେମ୍ବରରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ପୋକ୍ସୋ ଆକ୍ଟ ଅନୁଯାୟୀ ସହମତିର ବୟସ ସୀମା ନେଇ ଚିନ୍ତା ପ୍ରକଟ କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

Share