Categories: ଜାତୀୟ

ସବୁ ମାମଲାକୁ ପ୍ରାଥମିକତା ଦେଇ ହେବନାହିଁ

ନୂଆଦିଲ୍ଲୀ,୧୧।୭: ପ୍ରତ୍ୟେକ ମାମଲାକୁ ପ୍ରାଥମିକତା ଦେଇ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିପାରିବ ନାହିଁ। ବିଶେଷକରି ଗୋଟିଏ ରାଜ୍ୟ ସହ ଅନ୍ୟ ରାଜ୍ୟର ଘଟଣାରେ ଭିନ୍ନତା ପରିଲକ୍ଷିତ ହେଉଥିବା ମାମଲାକୁ ଶୀଘ୍ର ଗ୍ରହଣ କରାଯାଇ ନ ପାରେ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ଶୁକ୍ରବାର ପ୍ରକାଶ କରିଛନ୍ତି। ମହାମାରୀ କରୋନାର ପ୍ରକୋପ ବଢ଼ିବା ସହ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବଢ଼ିବାରେ ଲାଗିଥିଲା। ସେମାନେ ଘରମୁହାଁ ହେବା ସ୍ବାଭାବିକ। ହେଲେ ପ୍ରବାସୀ ଶ୍ରମିକ ସମସ୍ୟା ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ମାମଲାକୁ ସର୍ବୋଚ୍ଚ ଅଦାଲତ କାହିଁକି ଶୀଘ୍ର ଗ୍ରହଣ କରି ବିଚାର କରୁନାହାନ୍ତି ବୋଲି ଆଇନଜୀବୀ ଓ ସାଧାରଣ ଜନତା ପ୍ରଶ୍ନ କରିଥିଲେ। ଏହା ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରିସ୍ଥିତି ସୃଷ୍ଟି କରିଥାଏ। ତେଣୁ ବିଚାର ବିଭାଗୀୟ ଅଦାଲତ ତଥ୍ୟକୁ ଆଧାର କରି ପ୍ରବାସୀ ଶ୍ରମିକ ମାମଲାର ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ପ୍ରକାଶ କରିଛନ୍ତି।

Share