ବିକଳ୍ପ ନୁହେଁ, ବିଶ୍ୱର ଏକ ଆବଶ୍ୟକତା: ବ୍ରିକ୍ସ ସମ୍ପ୍ରସାରଣ ନେଇ କହିଲେ ଜୟଶଙ୍କର…

କେପଟାଉନ,୩।୬ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ବ୍ରିକ୍ସ ସମୁହ କେବଳ ବହୁମୁଖୀତାର ପ୍ରତୀକ ନୁହେଁ ବରଂ ଅନ୍ତର୍ଜାତୀୟ ଆହ୍ବାନର ମୁକାବିଲା କରିବାର ଏକାଧିକ ଉପାୟର ଅଭିବ୍ୟକ୍ତି।
‘ଫ୍ରେଣ୍ଡସ ଅଫ ବ୍ରିକ୍ସ’ର ବୈଠକରେ ଜୟଶଙ୍କର କହିଛନ୍ତି , ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାର ପାଞ୍ଚଟି ଦେଶର ଏକାଠି ହୋଇ ବିଭିନ୍ନ କ୍ଷେତ୍ରର ଆହ୍ବାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି।
ଜୟଶଙ୍କର ଟୁଇଟ କରି କହିଛନ୍ତି, କେନ୍ଦ୍ରରେ ସ୍ଥାୟୀ ବିକାଶ ସହିତ ଏକ ଅଧିକ ନିରପେକ୍ଷ, ଅନ୍ତର୍ଭୁକ୍ତ ଏବଂ ଖୋଲା ଅନ୍ତର୍ଜାତୀୟ ସ୍ଥାପତ୍ୟ ନିର୍ମାଣ ଉପରେ ଧ୍ୟାନ ଦିଆଯାଇଛି। ଏପରିସ୍ଥଳେ ବ୍ରିକ୍ସର ସମ୍ପ୍ରସାରଣ ବିକଳ୍ପ ନୁହେଁ, ବରଂ ବିଶ୍ୱର ଏକ ବୃହତ ଆବଶ୍ୟକତା।

ଜୟଶଙ୍କର କହିଛନ୍ତି ‘ଫ୍ରେଣ୍ଡସ ଅଫ ବ୍ରିକ୍ସ’ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାରକୁ ଦୃଢ଼ ଭାବରେ ସମର୍ଥନ କରୁଛନ୍ତି। ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ଲକ୍ଷ୍ୟରେ ଭାରତ ବହୁ ବର୍ଷ ଧରି ଚାଲିଥିବା ପ୍ରୟାସକୁ ଆଗେଇ ନେଇଛି। ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ଜୟଶଙ୍କର ସେଠାକୁ ଯାଇଛନ୍ତି।

ଏହାପୂର୍ବରୁ ଏସ ଜୟଶଙ୍କର ବ୍ରାଜିଲ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ପ୍ରତିପକ୍ଷଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାର ଉପାୟ ଉପରେ ଆଲୋଚନା କରିଥିଲେ।

Share