ବଦଳାଯାଉନି ପୁରୁଣା ପାଇପ୍‌

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ମେଗା ପାନୀୟ ଜଳପ୍ରକଳ୍ପ କାର୍ଯ୍ୟରେ ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ନୂଆ ପାଇପ୍‌ ବଦଳରେ ପୂରୁଣା ପାଇପ୍‌ ପକା ଯାଉଥିବା ଅଭିଯୋଗ ଉଠିଛି । ସାଧାରଣତଃ ଜଙ୍କସନ ସ୍ଥାନରେ ଏପରି ଅନିୟମିତତା କରାଯାଉଛି । ନୟାଗଡ଼ ସହରର ଯଯାଙ୍ଗିସାହି ମଙ୍ଗଳା ମନ୍ଦିର, ଯଦୁମଣି ନଗର, ମଧୁସୂଦନ ନଗର ପରି ଅନେକ ସ୍ଥାନରେ ପୁରୁଣା ପାଇପ୍‌ ପକାଇ ଅନିୟମିତତା ଚାଲିଛି । ସେହିଭଳି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସହରର ଗଳି କନ୍ଦି ରାସ୍ତାଠାରୁ ଆରମ୍ଭ କରି ସବୁ ସ୍ଥାନ ୩ରୁ ୪ମାସ ହେଲା ପାଇପ୍‌ ପଡି ସାରିଲାଣି । ପାଇପ୍‌ ପଡି ସାରିବା ପରେ ମାଟି ପକାଇ ଉଚ୍ଚା କରି ରଖା ଯାଇଛି । ରାସ୍ତା ଉପରେ ସିମେଣ୍ଟ ଅଥବା ମାଟି ପଡୁ ନ ଥିବାରୁ ସହରର ବିଭିନ୍ନ ରାସ୍ତା ମରଣଯନ୍ତା ପାଲଟିଛି । ପୁଣି ରାସ୍ତା ମରାମତି ଠିକ୍‌ରେ ହେଉ ନ ଥିବା ଅଭିଯୋଗ ଉଠିଛି । ନୟାଗଡ଼ ପୁରୁଣା ସହରର ପୁରୁଣା ରାଜବାଟି ସାହିକୁ ପଡ଼ିଥିବା ରାସ୍ତା କଡରେ ଅନେକ ସ୍ଥାନରେ ଡ୍ରେନ ଭାଙ୍ଗି ଯାଇଛି । ହେଲେ ଏହାକୁ ମରାମତି କରାଯାଉନି ା ପାଇପ୍‌ ବିଛାଇବା କାର୍ଯ୍ୟ, ରାସ୍ତା ଖନନ ଓ ମରାମତି କାମ ଓ ରାସ୍ତା ମରାମତି ବେଳେ ଉଚ୍ଚ କୋଟିର କାମ କରିବାକୁ ଜିଲା ପରିଷଦ ବୈଠକ, ରଥଯାତ୍ରା ପ୍ରସ୍ତୁତି ବୈଠକ, ନୟାଗଡ଼ ନିର୍ବାଚନମଣ୍ଡଳୀର ବୈଠକ ପରି ବିଭିନ୍ନ ବୈଠକରେ ଆଲୋଚନା ହେଉଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି । ଏଭଳିସ୍ଥଳେ କେବଳ ରାସ୍ତାକୁ କାମ ଚଳା ନୀତିରେ ମରାମତି କରାଯାଇଥିବାରୁ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ସେହିପରି ଜଗନ୍ନାଥ ମନ୍ଦିରଠାରୁ ଡିଆରଡିଏ ରୋଡର ହାତିଆ ଶିଳା ମଠ ନିକଟସ୍ଥ କଲଭର୍ଟ ପାଖରେ କଂକ୍ରିଟ ରାସ୍ତାରେ ପାଇପ୍‌ ଯାଇଥିଲେ ମଧ୍ୟ ରାସ୍ତାକୁ ମରାମତି ନ କରି ବିପଦସଙ୍କୁଳ ଭାବେ ଛାଡି ଦିଆଯାଇଛି । ଏଠାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ପୁଣି ପିଚୁ ଓ ସମେଣ୍ଟ କଂକ୍ରିଟ ପରି ରାସ୍ତା ଉପରେ ପାଇପ୍‌ ପଡିଥିବା ଅଂଶରେ ମାଟି ଗଦା ରହିଥିଲେ ମଧ୍ୟ ଏହାକୁ ତୁରନ୍ତ ସଫେଇ ନ କରି ପିଚୁ ଅଥବା ସିମେଣ୍ଟ କରାଯାଉନି । କାମର କଚ୍ଛପ ଗତି ଯୋଗୁ ସହରବାସୀ ନର୍କ ଯନ୍ତ୍ରଣା ଭୋଗୁଛନ୍ତି । ଏପରି କି ଦୁର୍ଘଟଣା ବଢ଼ୁଛି । ଏହାର ନିରାକରଣ କରିବାକୁ ଦାବି ହେଉଛି । ଏନେଇ ନୟାଗଡ ଜନସ୍ବାସ୍ଥ୍ୟ ସବ୍‌ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ଦୁର୍ଯ୍ୟୋଧନ ସାହୁ କୁହନ୍ତି, ସବୁଆଡେ ନୂଆ ପାଇପ ପଡିବ । ଯଦି କେଉଁଠାରେ ପୁରୁଣା ପାଇପ୍‌ ପଡୁଛି ଅବଗତ କରାଗଲେ ଏହାର ତଦନ୍ତ କରି ନୂଆ ପାଇପ୍‌ ପକାଯିବ। କାମ ଶୀଘ୍ର ଶେଷ କରିବାକୁ ପ୍ରଚେଷ୍ଟା ଜାରି ରହିଛି । ସହରର ବିଭିନ୍ନ ରାସ୍ତା ମରାମତି ଚାଲିଛି । କିଛି ଦିନ ଭିତରେ ସେହି କାମ ଶେଷ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri