Posted inଖେଳ

‘ନିର୍ଦ୍ଦିଷ୍ଟ ମ୍ୟାଚ କିମ୍ବା ସିରିଜକୁ ନେଇ ଚିନ୍ତିତ ନୋହୁଁ’

ବ୍ରିଜଟାଉନ୍‌, ୩୧।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ପରାସ୍ତ ହୋଇଛି। ଭାରତ ୪୦.୫ ଓଭରରେ ୧୮୧ ରନ୍‌କରି ଅଲ୍‌ଆଉଟ ହୋଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୮୦ଟି ବଲ୍‌ ବାକିଥାଇ ୩୬.୪ ଓଭରରେ ୪ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରି ନେଇଥିଲା। ପ୍ରଥମ ଦିନିକିଆ ପରି ଦ୍ୱିତୀୟ ଦିନିକିଆରେ ମଧ୍ୟ ଭାରତ ଅତ୍ୟଧିକ ପରୀକ୍ଷା ନିରୀକ୍ଷା କରିଥିଲା। ଏପରି କି ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲିଙ୍କୁ ବାଦ୍‌ ଦେଇ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା। ଏହାର ଭରପୂର ସୁଯୋଗ ନେଇ ଓ୍ବେଷ୍ଟଇଣ୍ଡିଜ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାରେ ସୁଯୋଗ ପାଇଥିଲା। ମାତ୍ର ରୋହିତ ଏବଂ କୋହଲିଙ୍କୁ ବିଶ୍ରାମ ଦିଆଯିବା ନିଷ୍ପତ୍ତି ଠିକ୍‌ ଥିଲା ବୋଲି କହିଛନ୍ତି କୋଚ୍‌ ରାହୁଲ ଡ୍ରାଭିଡ। କୌଣସି ନିର୍ଦ୍ଦିଷ୍ଟ ମ୍ୟାଚ କିମ୍ବା ସିରିଜକୁ ନେଇ ଆମେ ଚିନ୍ତିତ ନୋହୁଁ, ଦିନିକିଆ ବିଶ୍ୱକପ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା ଚାଲିବ ବୋଲି ଡ୍ରାଭିଡ ପ୍ରକାଶ କରିଛନ୍ତି।

ଆଗକୁ ଏସିଆ କପ୍‌ ଏବଂ ବିଶ୍ୱକପ୍‌ ଆସୁଥିବାରୁ ଆମେ ସର୍ବଦା ବୃହତ୍ତର ଦୃଷ୍ଟିକୋଣକୁ ନେଇ ଚିନ୍ତା କରୁଛୁ। କେତେକ ଖେଳାଳି ଆହତ ଥିବାରୁ ଏପରି ନିଷ୍ପତ୍ତି ନିଆଯାଉଛି। ଆମେ ଯଦି କୌଣସି ନିର୍ଦ୍ଦିଷ୍ଟ ମ୍ୟାଚ କିମ୍ବା ସିରିଜକୁ ନେଇ ଚିନ୍ତିତ ହେବୁ ତେବେ ଭୁଲ୍‌ ହେବ। ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ହେଲେ କୋହଲି ଓ ରୋହିତଙ୍କୁ ବସାଇବାକୁ ପଡ଼ିବ। ଆମକୁ ଏପରି ରିସ୍କ ନେଇ ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ହେବ ବୋଲି ଡ୍ରାଭିଡ କହିଛନ୍ତି। ଏସିଆ କପ୍‌ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ଏବଂ ବିଶ୍ୱକପ୍‌ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ। ଭାରତୀୟ ଦଳର କେତେଜଣ ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଥିବାରୁ ସମ୍ପ୍ରତି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ପ୍ରସ୍ତୁତି ଚଳାଇଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ ଏସିଆ କପ୍‌ ଏବଂ ବିଶ୍ୱକପ୍‌ ବେଳକୁ ଫିଟ୍‌ ହେବା ଆଶା ରହିଛି। ତେବେ ଏହାକୁ ଭରସା କରି ସେ ଚାନ୍ସ ନେବାକୁ ଚାହୁଁନାହାନ୍ତି ବୋଲି ଡ୍ରାଭିଡ କହିଛନ୍ତି। ଏହାକୁ ନେଇ ହେଉଥିତ୍ବା ସମାଲୋଚନାରେ ସେ ତିଳେମାତ୍ର ଚିନ୍ତିତ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

୫୦-୬୦ ରନ କମ୍‌ ହେଲା

ଦ୍ୱିତୀୟ ଦିନିକିଆ ଖେଳାଯାଇଥିବା ପିଚ୍‌ ବ୍ୟାଟିଂ ପାଇଁ ସହଜ ନ ଥିଲେ ମଧ୍ୟ ଭାରତ ୫୦-୬୦ ରନ କମ୍‌ ସ୍କୋର କଲା। ଏଠାରେ ୨୩୦-୨୪୦ ରନ କରିପାରିଥିଲେ ଭାରତ ଭଲ ଚ୍ୟାଲେଞ୍ଜ ଦେଇଥାନ୍ତା ବୋଲି ଡ୍ରାଭିଡ କହିଛନ୍ତି। ଶୁବମନ ଗିଲ୍‌ ଓ ଇଶାନ କିଶନ ଭଲ ଆରମ୍ଭ ଦେଇଥିଲେ। କେହି ଜଣେ କ୍ରିଜ୍‌ରେ ତିଷ୍ଠିରହି ଇନିଂସକୁ ଆଗେଇ ନେବାର ଥିଲା। କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବାରୁ ୫୦-୬୦ ରନ କମ୍‌ ସ୍କୋର କଲୁ ବୋଲି ସେ ପ୍ରକାଶ କରିଛନ୍ତି।

ସୂର୍ଯ୍ୟ ଦିନିକିଆ କ୍ରିକେଟରୁ ଶିଖୁଛନ୍ତି

ଦିନିକିଆ କ୍ରିକେଟରେ ନିଜ ପ୍ରଦର୍ଶନରେ ସୂର୍ଯ୍ୟକୁମାର ଯାଦବ ନିଶ୍ଚିତ ନିରାଶ ଅନୁଭବ କରିଥିବେ। ଘରୋଇ କ୍ରିକେଟ ଏବଂ ଟି୨୦ ଫର୍ମାଟରେ ସେ ଯେପରି ପ୍ରତିଷ୍ଠା ଅର୍ଜନ କରିଛନ୍ତି ଦିନିକିଆରେ ତାହାକୁ ରୂପାନ୍ତରିତ କରିପାରି ନାହାନ୍ତି। ସେ ଜଣେ ଉତ୍ତମ ଖେଳାଳି ଏଥିରେ ଦ୍ୱିମତ ନାହିଁ। ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରୁ ଶିକ୍ଷାଲାଭ କରୁଛନ୍ତି। ମିଡିଲ ଓଭରଗୁଡ଼ିକରେ କିପରି ବ୍ୟାଟିଂ କରିବାକୁ ହୁଏ ତାହା ଶିଖୁଛନ୍ତି। ସେ ଜଣେ ପ୍ରତିଭା ସମ୍ପନ୍ନ ଖେଳାଳି। ତେଣୁ ତାଙ୍କୁ ଯଥା ସମ୍ଭବ ଅଧିକରୁ ଅଧିକ ସୁଯୋଗ ଦେବାକୁ ଆମେ ଚାହୁଁଛୁ ବୋଲି ଡ୍ରାଭିଡ କହିଛନ୍ତି।

ଗିଲ୍‌, କିଶନଙ୍କୁ ପ୍ରଶଂସା

ଶୁବମନ ଗିଲ୍‌ ଓ ଇଶାନ କିଶନଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ଅଛନ୍ତି ଡ୍ରାଭିଡ। ଗିଲ୍‌ଙ୍କ ଫର୍ମକୁ ନେଇ ସେ ଚିନ୍ତିତ ନାହାନ୍ତି। ସେ ଭଲ ବ୍ୟାଟିଂ କରୁଛନ୍ତି। ଖେଳରେ ଏପରି ହୋଇଥାଏ। ପ୍ରତି ମ୍ୟାଚକୁ ନେଇ କାହାକୁ ସମାଲୋଚନା କରାଯିବା ଉଚିତ ନୁହେଁ। କ୍ରିକେଟର ତିନୋଟିଯାକ ଫର୍ମାଟ ପାଇଁ ଗିଲ୍‌ ଏବେ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଡ୍ରାଭିଡ କହିଛନ୍ତି। ସେହିପରି କିଶନଙ୍କ ପ୍ରଦର୍ଶନରେ ମଧ୍ୟ ଡ୍ରାଭିଡ ଖୁସି ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri