Categories: ଖେଳ

ଧୋନୀ କି ଦ୍ରାବିଡ ନୁହେଁ, ଉନ୍ନତ ଅଧିନାୟିକତ୍ୱ ପାଇଁ ଏହି ବ୍ୟକ୍ତିଙ୍କୁ ଶ୍ରେୟ ଦେଲେ ହାର୍ଦ୍ଦିକ

ରାଜକୋଟ,୮।୧: ଆଇପିଏଲ ୨୦୨୨ରେ ଗୁଜରାଟ ଟାଇଟାନ୍ସକୁ ଚାମ୍ପିଅନ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛନ୍ତି। ସେବେଠାରୁ ସେ ଟିମ ଇଣ୍ଡିଆର ଅଧିନାୟକ ହେବାର ସୁଯୋଗ ପାଇଥିଲେ। ତାଙ୍କ ଅଧିନାୟିକତ୍ୱରେ ୩ଟି ଟି-୨୦ ସିରିଜ୍‌ ଭାରତ ବିଜୟୀ ହୋଇଛି। ଶ୍ରୀଲଙ୍କା ବିପକ୍ଷ ସିରିଜ ଜିତିବା ପରେ ହାର୍ଦ୍ଦିକ ତାଙ୍କ ଉନ୍ନତ ଅଧିନାୟକତ୍ୱ ଶୈଳୀ ବିଷୟରେ ଖୁଲାସା କରିଛନ୍ତି।
ସେ ଅଧିନାୟକତ୍ୱ ଟିପ୍ସ ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କିମ୍ବା କୋଚ ରାହୁଲ ଦ୍ରାବିଡଙ୍କୁ ହାର୍ଦ୍ଦିକ ଗୁଜରାଟ ଟାଇଟାନ୍ସର କୋଚ ଆଶିଷ ନେହେରାଙ୍କୁ ତାଙ୍କର ଉନ୍ନତ ଅଧିନାୟକତ୍ୱ ପାଇଁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି, ନେହେରାଙ୍କ ଯୋଗୁ ତାଙ୍କର ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇଛି। ସେ ତାଙ୍କ ଜୀବନକୁ ବହୁତ ପରିବର୍ତ୍ତନ କରିଛନ୍ତି। କ୍ରିକେଟ ବିଷୟରେ ଆମେ ଦୁହେଁ ସମାନ ଭାବରେ ଭାବୁଛୁ। ସେ ମୋତେ ଠିକ ସମୟରେ ସମର୍ଥନ ଦେଇଛନ୍ତି।
୨୦୨୧ରେ ଟି -୨୦ ବିଶ୍ୱକପ ପରେ ହାର୍ଦ୍ଦିକଙ୍କୁ ଟିମ ଇଣ୍ଡିଆରୁ ବାଦ୍‌ ପଡିଥିଲେ। ଖରାପ ଫିଟନେସ ହେତୁ ତାଙ୍କୁ ଦଳରେ ଚୟନ କରାଯାଇ ନ ଥିଲା। ଏହି ସମୟରେ ହାର୍ଦ୍ଦିକ ନିଜ ଫିଟନେସ ଉପରେ ଜୋର ଦେଇଥିଲେ। ପ୍ରଥମ ଥର ପାଇଁ ଗୁଜୁରାଟ ଟାଇଟାନ୍ସ ତାଙ୍କୁ ଅଧିନାୟକ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହାର୍ଦ୍ଦିକ ଏବଂ ନେହେରା ଏକାଠି ଚମତ୍କାର କରିଥିଲେ। ପ୍ରଥମ ସିଜନରେ ଦଳ ଚାମ୍ପିଅନ ହୋଇଥିଲେ।

Share