Categories: ଖେଳ

ଧୋନୀ ନୁହନ୍ତି କି ରୋହିତ, ଏହି ଖେଳାଳିଙ୍କୁ ଶ୍ରେଷ୍ଠ କହିଲେ କୋହଲି

ଆରସିବି ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କର ଗୋଟିଏ ବିବୃତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଅନେକ ଭେଟେରାନ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ‘GOAT’ (greatest of all time) ଅର୍ଥାତ୍‌ ଶ୍ରେଷ୍ଠ ଖେଳାଳି ବୋଲି କହୁଥିବା ବେଳେ କୋହଲି ଧୋନୀଙ୍କୁ ଶ୍ରେଷ୍ଠ ଖେଳାଳି ଭାବରେ ଗ୍ରହଣ କରିନାହାନ୍ତି।

ନିକଟରେ ଏକ ସାକ୍ଷାତକାରେ ଯେତେବେଳେ କୋହଲିଙ୍କୁ ଶ୍ରେଷ୍ଠ ଖେଳାଳି ବାଛିବା ପାଇଁ କୁହାଯାଇଥିଲା। ଏହି ସମୟରେ କୋହଲି ଜଣେ ନୁହେଁ, ଦୁଇଜଣ ଖେଳାଳିଙ୍କ ନାଁ ନେଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ନାଁ ମଧ୍ୟରେ ଧୋନୀ ଏବଂ ରୋହିତ ଶର୍ମାଙ୍କ ନା
ନାହିଁ।

ଏହି ସାକ୍ଷାତକାରରେ କୋହଲି ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଯେତେବେଳେ ତାଙ୍କୁ ପ୍ରଶ୍ନ ପଚରାଗଲା ଯେ, ଆଇପିଏଲର ଶ୍ରେଷ୍ଠ ଖେଳାଳି କିଏ? ତେଣୁ ଏହାର ଉତ୍ତରରେ କୋହଲି କହିଛନ୍ତି, ଏହା ଏକ କଷ୍ଟସାଧ୍ୟ ପ୍ରଶ୍ନ। ଏଭଳି ପରିସ୍ଥିତିରେ ସେ ଜଣେ ଖେଳାଳି ବାଛିବାରେ ସକ୍ଷମ ହେବେ ନାହିଁ ବୋଲି କହିଛନ୍ତି। କୋହଲି ଦୁଇ ଖେଳାଳିଙ୍କୁ ଶ୍ରେଷ୍ଠ ବୋଲି ଡାକିଲେ, ଯେଉଁଥିରେ ଏବି ଡି.ଭିଲିୟର୍ସ ଏବଂ ଲସିଥ ମାଲିଙ୍ଗାଙ୍କ ନାଁ କହିଥିଲେ।

ଉଭୟ ଡି ଭିଲିୟର୍ସ ଏବଂ କୋହଲିଙ୍କ ବନ୍ଧୁତା କାହାଠାରୁ ଅଛବା ନାହିଁ। ଡି ଭିଲିୟର୍ସ ଆଇପିଏଲରେ ଏକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୩୬୦ ଡିଗ୍ରୀ ଭାବରେ ଜଣାଶୁଣା। ମୋଟ୍‌ ୧୮୪ ଆଇପିଏଲ ମ୍ୟାଚ୍‌ ଖେଳି ୩୯.୭୧ ହାରାହାରି ମୋଟ୍‌ ୫୧୬୨ ରନ୍‌ ଏବଂ ଷ୍ଟ୍ରାଇକ ରେଟ୍‌ ୧୫୧.୬୯ ସ୍କୋର କରିଥିଲେ।

ଏଥିସହିତ ମାଲିଙ୍ଗା ତାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମୋଟ୍‌ ୧୨୨ଟି ମ୍ୟାଚ ଖେଳି ୧୭୦ ଓ୍ବିକେଟ ହାସଲ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ରେଟ୍‌ ହାର ୭.୧୪ ରହିଛି।

Share