ପର୍ଯ୍ୟାପ୍ତ ନୁହେଁ ପଦକ୍ଷେପ

ବଇଣ୍ଡା, ୩୦ା୫ (ଡି.ଏନ.ଏ.): ସମ୍ପ୍ରସାରଣ ହେଉଛି ଜାତୀୟ ରାଜପଥ। ଗମନାଗମନର ଅଧିକ ସୁବିଧା ଦେଉଛି ରେଳପଥ। ବ୍ୟବସାୟର ବଡ଼ ପେଣ୍ଠସ୍ଥଳୀ ହୋଇଥିବାରୁ ବଇଣ୍ଡା ଛକ ସାଜିଛି ଆଠମଲ୍ଲିକ ଉପଖଣ୍ଡବାସୀଙ୍କ ପ୍ରମୁଖ ଆକର୍ଷଣ। ସେଥିପାଇଁ ଦିନକୁ ଦିନ ପରିବ୍ୟାପ୍ତ ହେଉଛି ବଇଣ୍ଡା ଅଞ୍ଚଳ। ବସବାସ ପାଇଁ ବାହାର ଲୋକ ପସନ୍ଦ କରୁଥିବାରୁ ବଢ଼ି ବଢ଼ି ଚାଲିଛି ଏଠାକାର ଜନସଂଖ୍ୟା। ହେଲେ ବଇଣ୍ଡାର ସୁରକ୍ଷା ନେଇ ସୃଷ୍ଟି ହେଲାଣି ବଡ଼ ପ୍ରଶ୍ନବାଚୀ। କାରଣ ଲୋକ ସଂଖ୍ୟା ଅନୁଯାୟୀ ବଢ଼ୁଛି ଯାନବାହନ, ଟ୍ରାଫିକ ଅବ୍ୟବସ୍ଥା। ଅପରାଧ ମଧ୍ୟ ଆଉ ନିୟନ୍ତ୍ରଣରେ ନାହିଁ। କିନ୍ତୁ ଏହାକୁ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ହେଉନାହିଁ। ୩୦ ବର୍ଷ ତଳେ ସ୍ଥାପନ ହୋଇଥିବା ବଇଣ୍ଡା ଫାଣ୍ଡିକୁ ଥାନା ମାନ୍ୟତା ମିଳୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଭାବେ ବଇଣ୍ଡା ପରିଚିତ। ୫୫ ନମ୍ବର ଜାତୀୟ ରାଜପଥରେ ଏହି ଛକ ପଡୁଥିବା ବେଳେ ବଇଣ୍ଡାଠାରେ ରେଳ ଷ୍ଟେଶନ ମଧ୍ୟ ରହିଛି। ତେଣୁ ବଇଣ୍ଡା ଅଞ୍ଚଳର ଗୁରୁତ୍ୱ ବଢ଼ି ଚାଲିଛି। ଜନସଂଖ୍ୟାକୁ ଦେଖି ରାଜ୍ୟ ସରକାର ୧୯୯୩ ମସିହାରେ ବଇଣ୍ଡା ଠାରେ ଏକ ଫାଣ୍ଡି ସ୍ଥାପନ କରିଥିଲେ। ଏହି ଫାଣ୍ଡି ଉପରେ ନୁନୁକାପଶି, ଗାଁବଇଣ୍ଡା, ଜାମୁନାଳି ପଞ୍ଚାୟତର ୧୭ଟି ଗ୍ରାମର ୧୫ ହଜାର ଲୋକ ଆଇନଶୃଙ୍ଖଳା ପାଇଁ ନିର୍ଭର କରୁଛନ୍ତି। ସେହିପରି ଜାତୀୟ ରାଜପଥ ସହ ବ୍ୟବସାୟିକ ପେଣ୍ଠସ୍ଥଳ ବଇଣ୍ଡାର ପାରିପାର୍ଶ୍ୱିକ ଅଞ୍ଚଳ ସମ୍ପ୍ରସାରିତ ହୋଇ ଚାଲିଥିବାରୁ ବାହାର ଅଞ୍ଚଳର ଲୋକମାନେ ଏଠାରେ ବସବାସ ଆରମ୍ଭ କଲେଣି। ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଅନେକ ସମୟରେ ରାଜପଥରେ ଦୁର୍ଘଟଣା ଯୋଗୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଉଛି। ଚୋରା ମଦ କାରବାର ଯୋଗୁ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ତେଣୁ ବଇଣ୍ଡା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ୧୫ ବର୍ଷ ହେଲା ଦାବି ହୋଇଆସୁଛି। ହେଲେ ଏ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଏପରି କି ଫାଣ୍ଡିରେ ଆବଶ୍ୟକ ପୋଲିସ କର୍ମଚାରୀ ନିଯୁକ୍ତି ଦିଆଯାଉ ନାହିଁ। ଜଣେ ଅଧିକାରୀ ଓ ଜଣେ କନଷ୍ଟେବଲରେ ଚାଲିଥିବା ଏହି ଫାଣ୍ଡି କୋଠା ରାଜପଥ ସମ୍ପ୍ରସାରଣ ଯୋଗୁ ଅଧା ଭଙ୍ଗାଯାଇଛି। ଫଳରେ ଆଜବେଷ୍ଟସ ଘୋଡାଇ ଏଠାରେ କାର୍ଯ୍ୟାଳୟ ଚାଲୁରହିଛି। କ୍ଷତିପୂରଣ ଅର୍ଥ ଆସିଥିଲେ ମଧ୍ୟ ନୂତନ ଗୃହ ନିର୍ମାଣ ହୋଇନାହଁି। ଏଥିସହ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ନ ଥିବା ଯୋଗୁ ସେମାନେ ରହିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଠମଲ୍ଲିକ ବ୍ଲକର ପେଡିପଥର, ଛେଣ୍ଡିପଦା ବ୍ଲକର କତଡା, କିଶୋରନଗର ବ୍ଲକର କଣ୍ଟେଇକୋଳିଆ, ଲୁହାମୁଣ୍ଡା ପଞ୍ଚାୟତକୁ ମିଶାଇ ବଇଣ୍ଡା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ବଇଣ୍ଡା ଗ୍ରାମବାସୀ ୨ ମେ ୨୦୧୫, ୧ ଜାନୁୟାରୀ ୨୦୧୯, ୨୨ ଅଗଷ୍ଟ ୨୦୨୧, ୮ ସେପ୍ଟେମ୍ବର ୨୦୨୨ରେ ଜିଲା ଏସ୍‌ପିଙ୍କ ଠାରୁ ଆରମ୍ଭ କରି ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପି, ରାଜ୍ୟ ଗୃହ ସଚିବ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ବଇଣ୍ଡା ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଅପରାଧ ନିୟନ୍ତ୍ରଣରେ ସୁବିଧା ହୁଅନ୍ତା
ବଇଣ୍ଡା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଥିବା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ବହୁବାର ଅଭିଯୋଗ କରାଯାଇଛି। ଫାଣ୍ଡି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଛି। କର୍ମଚାରୀ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଥାନାରେ ପରିଣତ ହେଲେ ଆଇନଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ ହୋଇପାରିବ।
-ଅରବିନ୍ଦ ସାହୁ, ଉପ ସଭାପତି, ବଇଣ୍ଡା ଗ୍ରାମ

ଥାନାର ଆବଶ୍ୟକତା ରହିଛି
ବଇଣ୍ଡା ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଥାନାର ଆବଶ୍ୟକତା ରହିଛି। ହେଲେ ଦୀର୍ଘବର୍ଷ ହେଲା ଏ ନେଇ ଦାବି କରାଯାଉଥିଲେ ମଧ୍ୟ ସରକାର ପଦକ୍ଷେପ ନେଉନାହାନ୍ତି। ଅଧିକ କର୍ମଚାରୀ ସହ ଅଫିସର ରହିଲେ ଲୋକେ ଠିକଣା ସେବା ପାଇପାରିବେ। ବଇଣ୍ଡା ଫାଣ୍ଡିକୁ ଥାନା ମାନ୍ୟତା ଦେବା ପାଇଁ ପଞ୍ଚାୟତ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି।
-ଦୀପ୍ତିମୟୀ ସାହୁ, ସରପଞ୍ଚ, ନୁନୁକାପଶି

ସୁରକ୍ଷା ଦେଇପାରୁନି ହଣ୍ଡପା ପୋଲିସ
ବଇଣ୍ଡା ଅଞ୍ଚଳକୁ ସୁରକ୍ଷା ଦେବାରେ ହଣ୍ଡପା ପୋଲିସ ସକ୍ଷମ ହେଉନାହିଁ। ତେଣୁ ବଇଣ୍ଡା ଫାଣ୍ଡିକୁ ଥାନାରେ ପରିଣତ କରାଯିବା ସହ ଅଧିକ କର୍ମଚାରୀ ଯୋଗାଇ ଦେବା ପାଇଁ ବହୁବାର ରାଜ୍ୟସରକାରଙ୍କୁ ଅବଗତ କରାଯାଇଛି। ତୁରନ୍ତ ଥାନା ସ୍ଥାପନ ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତି କରାଯାଉ।
-ଭଗବାନ ଘିୱାଲା, ନୁନୁକାପଶି

ପଦକ୍ଷେପ ନେଉନାହାନ୍ତି ସରକାର
ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ବଇଣ୍ଡାର ସ୍ଥାନ ସତନ୍ତ୍ର। ଗମନାଗମନ କ୍ଷେତ୍ରରେ ଅଧିକ ସୁବିଧା ଥିବା ଯୋଗୁ ଏଠାକାର ଲୋକସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ତେଣୁ ସେମାନଙ୍କୁ ସୁରକ୍ଷା ପାଇଁ ଥାନାର ଆବଶ୍ୟକତା ଥିଲେ ମଧ୍ୟ ସରକାର ପଦକ୍ଷେପ ନେଉନାହାନ୍ତି।
-ଘନଶ୍ୟାମ ବେହେରା, ସଭାପତି, ଆଠମଲ୍ଲିକ କ୍ରିମିନାଲ ବାର୍‌

ସରକାରଙ୍କୁ ଅବଗତ କରାଯାଇଛି
ବଇଣ୍ଡା ଫାଣ୍ଡିକୁ ଥାନା ମାନ୍ୟତା ଦେବା ପାଇଁ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟ ଜରିଆରେ ସରକାରଙ୍କୁ ଅବଗତ କରାଯାଇଛି। ବଇଣ୍ଡାରେ ଥାନାର ଆବଶ୍ୟକତା ରହିଛି। ସରକାର ଯେଉଁ ପଦକ୍ଷେପ ନେବେ ସେହି ଅନୁଯାୟୀ କାର୍ଯ୍ୟ କରାଯିବ।
-ବାଳକୃଷ୍ଣ କଅଁର, ଆଠମଲ୍ଲିକ ଏସ୍‌ଡିପିଓ


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri