ଜଗନ୍ନାଥଙ୍କୁ ବି ଛାଡ଼ିଲେନି, ପତିତପାବନଙ୍କୁ ନେଇଗଲେ ଦୁର୍ବୃତ୍ତ

ପୁରୁଷୋତ୍ତମପୁର,୨ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ସ୍ବୟଂ ଜଗନ୍ନାଥଙ୍କୁ ବି ଛାଡ଼ିନାହାନ୍ତି। ପୁରୁଷୋତ୍ତମପୁର ସହର ମଧ୍ୟରେ ରହିଥିବା ରଥସାହି ଜଗନ୍ନାଥ ମନ୍ଦିରର ମୁଖଶାଳାରେ ପୂଜା ପାଉଥିବା ସ୍ବୟଂ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀଧାରୀ ପତିତପାବନଙ୍କୁ ବୁଧବାର ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛନ୍ତି। ପବିତ୍ର କାର୍ତ୍ତିକ ମାସ ହୋଇଥିବାରୁ ହବିଷ୍ୟାଳିମାନେ ଗୁରୁବାର ଭୋର୍‌ରୁରୁ ମନ୍ଦିରକୁ ଆସିଥିବା ବେଳେ ପତିତପାବନ ନ ଥିବା ଦେଖିଥିଲେ। ଫଟୋଗୁଡ଼ିକ ଏଣେତେଣେ ପଡ଼ିଥିବାର ଦେଖି ସାହି ଲୋକଙ୍କୁ ଜଣାଇଥିଲେ। ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ମନ୍ଦିରକୁ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି।

Share