ରାଜସ୍ଥାନ ଭାଜପାରେ ସବୁ କିଛି ଠିକ୍‌ ଚାଲିନି

ଜୟପୁର, ୨୩।୫: ଭାଜପା ସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ ରାଜସ୍ଥାନରେ ଗୈରିକ ଦଳ ଭିତରେ ସବୁକିଛି ଠିକ୍‌ ଚାଲିଥିବା ଭଳି ବିଶ୍ୱାସ ହେଉ ନାହିଁ। ଶନିବାର ନାଗାଉର ଜିଲାର ଲାଡ୍‌ନୁନ୍‌ଠାରେ ରାଜସ୍ଥାନ ଭାଜପା କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଅନୁପସ୍ଥିତ ରହିବା ଭାଜପା ନେତାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ଜଣାପଡ଼ିଯାଇଛି। ସମ୍ପୃକ୍ତ ବୈଠକରେ ରାଜ୍ୟ ଭାଜପା ଦାୟିତ୍ୱରେ ଥିବା ନେତା, ପୂର୍ବତନ ରାଜ୍ୟ ସଭାପତି, ବିରୋଧୀ ଦଳ ନେତା ଓ ଉପନେତା, ରାଜ୍ୟରୁ ଥିବା କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବଡ଼ ନେତା ଉପସ୍ଥିତ ଥିବା ବେଳେ ବସୁନ୍ଧରାଙ୍କୁ ଦେଖିବାକୁ ମିଳି ନ ଥିଲା। ଏପରି କି ପୂର୍ବରୁ ଯେତେବେଳେ ପୂର୍ବତନ ରାଜ୍ୟ ସଭାପତି ସତୀଶ ପୁନିଆଙ୍କ ସହିତ ତାଙ୍କର ମତଭେଦ ରହିଥିଲା, ସେତେବେଳେ ମଧ୍ୟ ବସୁନ୍ଧରା ସବୁ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେଇଥିଲେ। କିନ୍ତୁ ଚଳିତ ବୈଠକରେ ତାଙ୍କ ଅନୁପସ୍ଥିତି ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।
ଭାଜପାର କାର୍ଯ୍ୟକାରୀ କମିଟି ବୈଠକରେ ଆସନ୍ତା ୩ ମାସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ନିର୍ବାଚନ ଲାଗି ପ୍ରସଙ୍ଗ କ’ଣ ରହିବ ସେହି ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଏଭଳି ସ୍ଥଳେ ବସୁ୍‌ନ୍ଧରାଙ୍କ ଅନୁପସ୍ଥିତି ରାଜନୈତିକ ପରିମଣ୍ଡଳରେ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ କିଛି ଦିନ ତଳେ ସେ ନାଗାଉର ଜିଲା ଗସ୍ତ କରି ଏକ ବୈଠକରେ ଉଦ୍‌ବୋଧନ ଦେଇଥିଲେ। ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଭାଷ ମାହାରିଆ ନିକଟରେ ଭାଜପାକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳରେ ବିବାଦ ଦେଖାଦେଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ସଂସଦୀୟ ନିର୍ବାଚନ ବେଳେ ଭାଜପା ତାଙ୍କୁ ଟିକେଟ ନ ଦେବାରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଏବେ ଭାଜପାକୁ ଫେରି ଆସିଥିବାରୁ ଦଳ ତାଙ୍କୁ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ଦୋତସାରାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେବ ବୋଲି ଆଶା କରାଯାଉଛି। ନିକଟରେ ମାହାରିଆଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ସିକର ଏମ୍‌ପି ସୁମେଧାନନ୍ଦ ସରସ୍ବତୀ କହିଛନ୍ତି, ଲୋକଙ୍କ ଯିବା ଆସିବା ଲାଗି ରହିଛି। ଯଦି ୧୦୦ କୁଇଣ୍ଟାଲ ଶସ୍ୟ ଅଛି, ସେଥିରେ ମୁଠାଏ ଚଣାର ମାନେ କିଛି ନାହିଁ। ମାହାରିଆ ତାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଦୁଇ ତିନୋଟି ନିର୍ବାଚନରେ ପରାସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି। ମାହାରିଆଙ୍କ ଗୃହ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମରେ ବସୁନ୍ଧରା ରାଜେ ଅନୁପସ୍ଥିତ ଥିବା ଦେଖାଯାଇଥିଲା।
ବିଧାନସଭା ନିର୍ବାଚନକୁ ୬ ମାସ ଥିବା ବେଳେ ଦଳ ଭିତରେ ଫାଟ ସୃଷ୍ଟି ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି କର୍ନାଟକ ଓ ପୂର୍ବରୁ ହିମାଚଳ ପ୍ରଦେଶରେ ଦଳ ହାରି ଯାଇଥିବାରୁ ରାଜସ୍ଥାନ ଭାଜପାରେ ଦେଖାଦେଇଥିବା କନ୍ଦଳ ଆଗକୁ ସମସ୍ୟା ସୃଷ୍ଟି କରିବ। କିନ୍ତୁ ଦଳୀୟ ନେତାଙ୍କ କହିବା କଥା ଯେ, ବସୁନ୍ଧରା ବ୍ୟକ୍ତିଗତ କାରଣ ଯୋଗୁ ଉକ୍ତ ବୈଠକରେ ଯୋଗ ଦେଇପାରି ନ ଥିଲେ। ନାଗାଉରରେ ହୋଇଥିବା କାର୍ଯ୍ୟକ୍ରମ ଅତି ସଫଳ ହୋଇଥିଲା ବୋଲି ନେତାମାନେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରୁ କେମିତି ଦେଖାଯାଉଥିଲା ଭାରତ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ସୁନିତା ଯାହା ଏବେ ହେଉଛି ଭାଇରଲ

ନୂଆଦିଲ୍ଲୀ,୧।୪: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ ୨୦୨୫ରେ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନ ଯୋଗେ ପୃଥିବୀକୁ ଫେରି ଆସିଥିଲେ। ସେ ଏବଂ ତାଙ୍କ...

ଜନଜାତିଙ୍କ କାମରେ ଆସୁନି ହାଟ: କାମ କରି ଠିକାଦାର ମାଲାମାଲ

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ):ଏକ ଦଶନ୍ଧିରୁ ଅଧିକା ଦିନ ବିତିଲା, ହେଲେ ଜନଜାତିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଜନଜାତି ହାଟଟି ଆଜି ପର୍ଯ୍ୟନ୍ତ କାହା କାର୍ଯ୍ୟରେ ଲାଗିପାରି...

ଏଟିଏମ୍‌ ଯିବ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅଟୋମେଟେଡ୍‌ ଟେଲର ମେଶିନ (ଏଟିଏମ୍‌)ରୁ ଅର୍ଥ ଉଠାଣ ଉପରେ ଆସନ୍ତା ମେ’ ପହିଲାରୁ ଫି’ ବୃଦ୍ଧି ହେବା ନେଇ ଘୋଷଣା...

ତାଇଓ୍ବାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲାଣି ଚାଇନା! ଖୋଲାଖୋଲି ଦେଲା ଧମକ

ବେଜିଂ,୧।୪: ଚାଇନା ସେନା ତାଇୱାନ ଚାରିପାଖରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ଚାଇନା ସେନାର ପୂର୍ବ ଥିଏଟର କମାଣ୍ଡର ସରକାରୀ WeChat ଆକାଉଣ୍ଟରେ ଏହି ସୂଚନା...

ଝାଡ଼ଖଣ୍ଡରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା, ମୁହାଁମୁହିଁ ହେଲେ ଦୁଇ ମାଲଗାଡ଼ି

ରାଞ୍ଚି,୧।୪: ଝାଡ଼ଖଣ୍ଡର ବରହେଟରେ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହେବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ...

ଜାତୀୟ ଶିକ୍ଷାନୀତିକୁ ନିନ୍ଦାକଲେ ସୋନିଆ

ନୂଆଦିଲ୍ଲୀ,୧।୪(ପି.ଟି.): କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିକୁ ନିନ୍ଦା କରିଛନ୍ତି। କ୍ଷମତାର କେନ୍ଦ୍ରୀକରଣ, ବ୍ୟବସାୟୀକରଣ, ଘରୋଇ ସେକ୍ଟରରେ ପୁଞ୍ଜିନିବେଶର ଆଉଟ୍‌ସୋର୍ସିିଂ ଏବଂ ପାଠ୍ୟପୁସ୍ତକଗୁଡ଼ିକର...

ଇୟୁ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସ ନେତ୍ରୀ ଲି ପେନ୍‌ ଦୋଷୀ

ପ୍ୟାରିସ୍‌,୧।୪: ୟୁରୋପୀୟ ସଂଘ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସର ଫାର୍‌-ରାଇଟ୍‌ ନେତ୍ରୀ ମାରିନ୍‌ ଲି ପେନ୍‌ ଦୋଷୀସାବ୍ୟସ୍ତ ହୋଇଛନ୍ତି। ସେ ଉଚ୍ଚ ପଦବୀ ପାଇଁ ଲଢ଼ିପାରିବେ ନାହିଁ...

ବିସ୍ତାର ପାଇଁ ଚାଇନାକୁ ବାଂଲାଦେଶର ଆମନ୍ତ୍ରଣ

ନୂଆଦିଲ୍ଲୀ,୧।୪: ବାଂଲାଦେଶ ଅନ୍ତରୀଣ ସରକାରର ଉପଦେଷ୍ଟା ମହମ୍ମଦ ୟୁନୁସ୍‌ ବଙ୍ଗୋପସାଗର ଅଞ୍ଚଳରେ କ୍ଷମତା ବିସ୍ତାର ପାଇଁ ଚାଇନାକୁ ଆମନ୍ତ୍ରଣ କରିଛନ୍ତି, ଯାହା ପରୋକ୍ଷରେ ଭାରତର ଉତ୍ତରପୂର୍ବାଞ୍ଚଳ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image