ପୁରୁଷୋତ୍ତମପୁର,୧୫।୮(ଡି.ଏନ୍.ଏ.): ସ୍ବାଧୀନତା ଦିବସ ପାଳନ ନେଇ ସରକାର ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆହ୍ବାନ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସେବା ସମବାୟ ସମିତିରେ।
ପ୍ରକାଶଯୋଗ୍ୟ, ଖୋଦ୍ ସରକାରଙ୍କଳ ଅଧୀନରେ ଥିବା ଏହି ସେବା ସମବାୟ ସମିତି ଲିଃରେ ଜାତୀୟ ପତାକା ଉଡି ନ ଥିବା ଦେଖିବାକୁ ମିଳିଛି। ଏଠାରେ କାର୍ଯ୍ୟରତ କର୍ମଚାରୀ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିବା ସ୍ପଷ୍ଟ ହୋଇଛି। ପତାକା ଉତ୍ତୋଳନ ନ ହେବା ଏକପ୍ରକାର ପରମ୍ପରା ଭଙ୍ଗ ସହ ଦେଶ ପ୍ରତି ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି। କର୍ମଚାରୀଙ୍କ ଏପ୍ରକାର ଖାମଖିଆଲ ମନୋଭାବକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାଲାଗି ସାଧାରଣରେ ଦାବି କରାଯାଇଛି।